
ବାଲେଶ୍ୱରରେ: ବାଲେଶ୍ୱର ଜିଲ୍ଲା ଗୋପାଳପୁର ଅଞ୍ଚଳରେ ଜଣେ ନକଲି ଡାକ୍ତରଙ୍କ ରାଜ ଚାଲିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଡାକ୍ତର ଜଣକଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍ ହୋଇଥିବା ବେଳେ ସେ କୌଣସି ଡାକ୍ତରୀ ପାଠ ପଢି ନାହାନ୍ତି କିନ୍ତୁ ରୋଗୀଙ୍କ ଜୀବନ ସହିତ ଖେଳି ନକଲି ଡାକ୍ତର ରୋଗୀଙ୍କୁ ଦେଖି ଔଷଧ ଦେଉଥିବା ଅଭିଯୋଗ ହୋଇଥିଲା।
ଏଭଳି ଏକ ଘଟଣା ବାହାନଗା ବ୍ଲକ ଗୋପାଳପୁର ବଜାରରୁ ସାମ୍ନାକୁ ଆସିଛି। ଏଠାରେ ଦୀର୍ଘ ୧୨ ବର୍ଷ ହେଲା ‘ଦନ୍ତ ଚିକିତ୍ସାଳୟ’ ନାମରେ କ୍ଲିନିକ ଖୋଲି ରେମୁଣା ବ୍ଲକ ତାଳପଦା ପାହି ଅଞ୍ଚଳର ନକଲି ଡାକ୍ତର ଶ୍ରୀପତି ମଣ୍ଡଳ ଏପରି ଚିକିତ୍ସା ଚଳାଇ ଆସିଛନ୍ତି। କ୍ଲିନିକ ଖୋଲିବା ପାଇଁ ନା ରେଜିଷ୍ଟ୍ରେସନ କରିଛନ୍ତି ନା ତାଙ୍କ ପାଖରେ ଡାକ୍ତରୀ ପାଠ ପଢିଥିବାର କୌଣସି ପ୍ରମାଣ ପତ୍ର ରହିଛି ।
ଏହା ସତ୍ତ୍ୱେ ବି ଶ୍ରୀପତି ମଣ୍ଡଳ ରୋଗୀଙ୍କୁ ଦେଖି ପ୍ରେସକ୍ରିପସନ ଲେଖୁଛନ୍ତି। ଦରକାର ହେଲେ ଅସ୍ତ୍ରୋପଚାର ବି କରୁଛନ୍ତି । ତେବେ ଏହି ଘଟଣାକୁ ନେଇ ନକଲି ଡାକ୍ତରଙ୍କୁ ପଚରା ଯିବାରୁ ସେ କହିଥିଲେ, ପଶ୍ଚିମବଙ୍ଗର ଏକ ମେଡିକାଲରେ ଜଣେ ଡାକ୍ତରଙ୍କ ପାଖରେ ରହି ସେ କିଛି କାମ ଶିଖିଥିଲେ। ଆଉ ଏବେ ସେ ସେହି କାମକୁ ଲୋକଙ୍କ ସେବାରେ ଲଗାଉଛନ୍ତି ।କରୋନା କାଳରେ ଦନ୍ତ ରୋଗୀଙ୍କ ଜୀବନକୁ ବିପଦରେ ପକାଇ ଏହି ନକଲି ଡାକ୍ତର ଚିକିତ୍ସା କରୁଥିବା ଘଟଣା ପ୍ରଘଟ ହେବା ପରେ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
from ଜିଲ୍ଲା – Sambad https://ift.tt/3hxLtYX
0 Comments