
କୋରାପୁଟ: ରାୟଗଡ଼ାର ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ସକାଳେ ନେତ୍ରାନନ୍ଦଙ୍କ ମୃତ୍ୟୁ ହୋଇଥିବା ନେଇ କୋରାପୁଟ ମଣ୍ଡଳ କାରାଗାରର ଜେଲର ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କର କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ମୃତ୍ୟୁ ହୋଇଛି। କୋରାପୁଟ ମଣ୍ଡଳ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ଦେହ ଅସୁସ୍ଥ ହେବା ପରେ ଗତକାଲି ରାତିରେ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୨୭ ତାରିଖରେ ରାୟଗଡ଼ା ଜିଲ୍ଲାର ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ନିଆଁରେ ପୋଡ଼ି ହେବା ପରେ ତାଙ୍କୁ ବିଶାଖାପାଟନମର ସେଭେନ ହିଲ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେବା ପରେ ମୃତ୍ୟୁବରଣ କରିଥିଲେ। ୨୦୧୩ ମସିହା ନଭେମ୍ବର ୧ ତାରିଖରେ ଇତିଶ୍ରୀ ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା।
ଅଭିଯୋଗ ହୋଇଥିଲା ଯେ ଇତିଶ୍ରୀ ତାଙ୍କୁ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ନିଆଁ ଲଗାଯାଇ ହତ୍ୟା ଉଦ୍ୟମ ହୋଇଥିଲା।
ରାୟଗଡ଼ା ଜିଲ୍ଲା ସେସନସ୍ କୋର୍ଟ ୨୦୧୬ ଏପ୍ରିଲ ୨୬ ତାରିଖରେ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରଠାରୁ ସେ କୋରାପୁଟ ମଣ୍ଡଳ କାରାଗାରରେ ଥିଲେ ।
from ଜିଲ୍ଲା – Sambad https://ift.tt/3atF6mG
0 Comments