
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ପରୀକ୍ଷା ଖାତା ପୁନଃଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍ଲାଇନ ଆବେଦନ ସମୟସୀମା ଅଗଷ୍ଟ ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ସମୟସୀମା ଅଗଷ୍ଟ ୧୮ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଅନ୍ଲାଇନ୍ ଆବେଦନ କରିବାକୁ ଚାହୁଁଥିବା ପରୀକ୍ଷାର୍ଥୀମାନେ ଅଗଷ୍ଟ ୨୦ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଫି ଦାଖଲ କରିବାପାରିବେ ଓ ୨୧ତାରିଖ ମଧ୍ୟରାତ୍ରି ସୁଦ୍ଧା ଫର୍ମ ଦାଖଲ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆବେଦନ ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ରହିଛି।
from ଜିଲ୍ଲା – Sambad https://ift.tt/3g3CfSM
0 Comments