କଟକ : କରୋନ ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିର ନିୟନ୍ତ୍ରଣ ପାଇଁ ‌ଖୋର୍ଦ୍ଧା, କଟକ ଓ ଗଞ୍ଜାମ ସହିତ ରେଡ୍ ଜୋନରେ ଥିବା ସମସ୍ତ ଜିଲ୍ଲା ଓ ଅଞ୍ଚଳକୁ ୧୫ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଉ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଜୁଲାଇ ମାସରୁ ରାଜ୍ୟରେ କରେନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଗଞ୍ଜାମର ସ୍ଥିତି ପୂର୍ବରୁ ଚିନ୍ତାଜନକ ଥିବା ବେଳେ ଏବେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରତିଦିନ ୫ଶହରୁ ଅଧିକ କେରୋନା ‌ଭୂତାଣୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରାଜ୍ୟର ଆଉ କେତେକ ଜିଲ୍ଲା ମଧ୍ୟ ହଟ୍ ସ୍ପଷ୍ଟ ହୋଇ ସାରିଲାଣି। ଯଦି ହଟ୍ ସ୍ପଟ୍ ଅଞ୍ଚଳ ଗୁଡିକୁ ଏବେ ସଟ୍ ଡାଉନ କରା ନଯିବ ତେବେ ସଂକ୍ରମଣ ଅଧିକ ବଢିବ ଓ କେହି ବାଦ ପଡିବେ ନାହିଁ। ତେଣୁ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ତୁରନ୍ତ ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲା ସହିତ ଅନ୍ୟ ହଟ୍‌ସ୍ପଟ୍ ଅଞ୍ଚଳକୁ ୧୫ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ସ୍ବାସ୍ଥ୍ୟ ସଚିବ, ଖୋର୍ଦ୍ଧା, କଟକ, ଗଞ୍ଜାମର ଜିଲ୍ଲାପାଳ, ଭୁବନେଶ୍ବର, କଟକ, ବ୍ରହ୍ମପୁର ପୌର ନିଗମ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।



from ଜିଲ୍ଲା – Sambad https://ift.tt/32uz0z6