
ବାଲିକୁଦା: ଜଗତସିଂହପୁର ବାଲିକୁଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲିକୁଦା ଥାନାର ବରଦିଆ ଗାଁରେ ଟାୱାରରେ ଚଢ଼ି କାମ କରିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀ ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତକାଲି ପ୍ରଦୀପ ଦଳାଇ ନାମକ ଜଣେ ଠିକା କର୍ମଚାରୀ ଅନନ୍ତପୁର ଫାଣ୍ଡି ଅଞ୍ଚଳରେ ଥିବା ଏକ ବିଏସଏନଏଲ ଟାୱାର ଉପରେ ଚଢି ମରାମତି କାମ କରୁଥିଲେ। ଏହି ସମୟରେ ହଠାତ୍ ସେଥିରେ ବିଦ୍ୟୁତ୍ ପ୍ରବାହିତ ହେବା ଫଳରେ ପ୍ରଦୀପ ଦଳାଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।
ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବାଲିକୁଦା ଥାନା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହାପରେ ମୃତ ପ୍ରଦୀପ ଦଳାଇଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହି ଘଟଣା ବାଲିକୁଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
from ଜିଲ୍ଲା – Sambad https://ift.tt/2Eq2bLc
0 Comments