
ଯାଜପୁର (ଅନିଲ କୁମାର ପଣ୍ଡା): ଯାଜପୁର ଜିଲ୍ଲାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତି ଅଞ୍ଚଳରୁ ବାହାରିଲେଣି କରୋନା ଆକ୍ରାନ୍ତ। ଗତ ସପ୍ତାହେ ହେଲେଜିଲ୍ଲାରେ ସିଂହ ଭାଗ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି। ସେଥିରୁ ସର୍ବାଗ୍ରେ ରହିଛି ରସୁଲପୁର ବ୍ଲକ। ବ୍ଲକରେ କରୋନା ରୋଗୀ ଚିହ୍ନଟ ଦିନରୁ ସର୍ବାଧିକ ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ହୋଇଛି ଏବଂ ଏହି ବ୍ଲକ ଏବେ ସରକାରଙ୍କ ରେଡ ଜୋନ୍ ରେ ରହିଛି। କାରଣ ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ।
ଓଡିଶାରେ କରୋନା ଚିହ୍ନଟ ହେବା ଆରମ୍ଭରୁ ଚର୍ଚାରେ ଥିଲା ଯାଜପୁର। ଏପ୍ରିଲ ମାସରୁ ହିଁ ଯାଜପୁର ଓଡ଼ିଶାର ନମ୍ବର ୱାନ ଜିଲ୍ଲା ଭାବେ ରହିଥିଲା। ପରବର୍ତ୍ତୀ ସମୟରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ ଯୋଗୁ ଯାଜପୁର ଆକ୍ରାନ୍ତ ତାଲିକାରେ ତଳକୁ ଖସି ଆସି ଏବେ ରାଜ୍ୟର ମୁଖ୍ୟ ପ୍ରଭାବିତ ୧୦ ଜିଲ୍ଲା ମଧ୍ୟରୁ ୭ମ ସ୍ଥାନରେ ରହିଛି। କିନ୍ତୁ ଯାଜପୁର ଜିଲ୍ଲାରେ ରୋଗର ଭୟବହତା କମିନଥିବା ବେଳେ ସାଧାରଣ ଲୋକ ଏହାର ଗୁରୁତ୍ବକୁ ଧ୍ୟାନ ଦେଉନାହାନ୍ତି।

ଜିଲ୍ଲାରେ ଏଯାବତ୍ ୨୧୪୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୦୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତମାନ ୫୩୨ ଜଣ ଚିକିତ୍ସାଧିନ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଯାହାକି ଓଡିଶାର ୩.୪୪ ପ୍ରତିଶତ। ଜିଲ୍ଲାରେ ଦଶରଥପୁର ମୋଟ ଆକ୍ରାନ୍ତ ତାଲିକାରେ ଆଗରେ ଥିବା ବେଳେ ଦାନଗଦି ବ୍ଲକ ୩୩ ଜଣ ରୋଗୀଙ୍କ ସହ ସର୍ବନିମ୍ନ ରହିଛି। ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ବଡଚଣାରୁ ୩୧, ବରୀରୁ ୪୩,ବିଞ୍ଚାରପୁରରୁ ୫୯,ଧର୍ମଶାଳାରୁ ୨୧,ଦାନଗଦିରୁ ୧୭,ଦଶରଥପୁରରୁ ୭୫, ଯାଜପୁରରୁ ୪୧, କୋରେଇରୁ ୧୮, ରସୁଲପୁରରୁ ୧୩୮, ସୁକିନ୍ଦାରୁ ୨୫,ଯାଜପୁର ପୌରପାଳିକାରୁ ୨୨ ଜଣ ଆକ୍ରାନ୍ତ ଜିଲ୍ଲାର ଡୁବୁରୀ ହୋଭିଡ ଚିକିତ୍ସାଳୟ ଓ ଏନସି କଲେଜରେ ଥିବା କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଛନ୍ତି।
ତେବେ ବିଗତ ଦୁଇ ଦିନର ସଂକ୍ରମଣ ତଥ୍ୟକୁ ଦେଖିଲେ ଭବିଷ୍ୟତରେ ଏହି ସ୍ଥାନୀୟ ସଂକ୍ରମଣ ଆହୁରି ଯଥେଷ୍ଟ ଅଧିକ ହେବାର ଆଶଙ୍କା ରହିଛି। ରସୁଲପୁର ବ୍ଲକ ଏକ ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ତେବେ ଏବେ ସ୍ଥାନୀୟ ସଂକ୍ରମଣ ଯୋଗୁ ପ୍ରଶାସନ ଅଡୁଆ ବଢ଼ୁଛି। କାରଣ କୋଭିଡ ନିୟମାନୁଯାୟୀ ସଂକ୍ରମିତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଉଛି।
from ଜିଲ୍ଲା – Sambad https://ift.tt/3h1YJoq
0 Comments