
ଯାଜପୁର: ପ୍ରବଳ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଏକ ବଡ଼ ଘାଇ ସୃଷ୍ଟି ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକର ଦୁଦୁରଅନ୍ତା ପଞ୍ଚାୟତ କଣ୍ଟପଡ଼ାଠାରେ ବୈତରଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ଶହ ଶହ ହେକ୍ଟର ଚାଷ ଜମିରେ ଜଳ ମାଡ଼ି ଯାଇଛି।
ଲଗାତାର ଭାବେ ଏହିଠାରେ ୬ଷ୍ଠ ଥର ପାଇଁ ଘାଇ ସୃଷ୍ଟି ହୋଇଛି। ତେଣେ ଦୁର୍ବଳ ନଦୀ ବନ୍ଧରେ ବାଲି ବସ୍ତା ନେଇ ଆସୁଥିବା ଟ୍ରକ ମଧ୍ୟ ଫସି ଯାଇଥିବା ଦେଖିବାକୁ ମିଳିଛି। କଣ୍ଟପଡ଼ାଠାରେ ବୈତରଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହେବା ପରେ ମଧ୍ୟ କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିବା କୁହାଯାଉଛି। ଏଣେ ପୁଣି ଆଉ ଏକ ଲଘୁଚାପର ଆଶଙ୍କା ଦେଖା ଦେଇଥିବାରୁ ସେଠାକାର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ପ୍ରତିବର୍ଷ ବନ୍ୟା ବୈତରଣୀ ଏହି ଅଞ୍ଚଳ କ୍ଷତିଗ୍ରସ୍ତ ହେଉଥିବାରୁ ଏଠାକାର ବାସିନ୍ଦା ସ୍ଥାୟୀ ସମାଧାନ ପାଇଁ ଦାବି କରି ଆସୁଛନ୍ତି। ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉ ନଥିବାର ଅଭିଯୋଗ ହୋଇଛି।

ତେଣେ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ସାମାନ୍ୟ ବିପଦ ସଂକେତ ତଳେ ରହିଛି। ଏଠାରେ ଏବେ ଜଳସ୍ତର ରହିଛି ୧୭. ୭୯। ଏଠାରେ ବିପଦ ସଂକେତ ହେଲା ୭.୮୩। ଆସନ୍ତାକାଲିଠାରୁ ଆଉ ଏକ ଲଘୁଚାପର ଆଶଙ୍କା ଦେଖା ଦେଇଥିବାରୁ ପୁଣି ଜଳସ୍ତର ସାମାନ୍ୟ ବିପଦ ସଂକେତ ଉପରକୁ ଯାଇପାରେ ବୋଲି କୁହାଯାଉଛି।
from ଜିଲ୍ଲା – Sambad https://ift.tt/2ErX2Cc
0 Comments