
ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ବୋମାମାଡ଼ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଥାନା ଅନ୍ତର୍ଗତ ପାଞ୍ଚପଡ଼ାରେ ଉମାକାନ୍ତ ସାହୁଙ୍କ ଜଳଖିଆ ଦୋକାନକୁ ତିନିଜଣ ଲୋକ ଖାଇବାକୁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ସେଠାରେ ଖାଇବାକୁ ନେଇ ଉମାକାନ୍ତ ସାହୁଙ୍କ ସହ ବଚସା ହୋଇଥିଲା।
ଏଣେ ସେହି ଦୋକାନରେ ପୁଲିସ୍ କର୍ମଚାରୀ ଆସି ସିଗାରେଟ୍ କିଣିଥଲେ। ଏହାର ମୋବାଇଲରେ ଉକ୍ତ ୩ଜଣ ଲୋକ ଫଟୋ ଉଠାଇଥିଲେ। ଏହାପରେ ଉମାକାନ୍ତ ସେମାନଙ୍କୁ ମୋବାଇଲରୁ ଉକ୍ତ ଫଟୋ ଡିଲିଟ୍ କରିବାକୁ କହିଥିଲେ। ସେମାନେ ଫଟୋ ଡିଲିଟ୍ କରିଥିଲେ ହଳଲେ ପର. ରାତି ପ୍ରାୟ ୧୨ଟା ବେଳେ ରାଗରେ ଉକ୍ତ ଦୋକାନ ଉପରକୁ ବୋମାମାଡ଼ କରିଥିଲେ। ବିଳମ୍ବିତ ରାତିରେ ଦୋକାନ ଓ ପାଖଘରକୁ ସେମାନେ ୨ଟି ବୋମା ଫିଙ୍ଗିଥିଲେ। ଏହି ବୋମାମାଡ଼ରେ ଦୋକାନୀଙ୍କ ଝିଅ ସାମାନ୍ୟ ଆହତ ହୋଇଛନ୍ତି।
ତେବେ ଖବର ପାଇ ଚାନ୍ଦବାଲି ଥାନା ପୁଲିସ୍ ୩ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।
from ଜିଲ୍ଲା – Sambad https://ift.tt/2DDtFwI
0 Comments