
କଟକ : ବ୍ରହ୍ମପୁର ଏମ୍କେସିଜି ମେଡିକାଲର ଓପିଡି ଖୋଲା ରଖିବା ପ୍ରସଙ୍ଗ ସମ୍ପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ କେ. ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ଓପିଡି ଖୋଲାଯାଇଛି। ଏପରି ପରିସ୍ଥିତିରେ ଖଣ୍ଡପୀଠ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏ.ମହାନ୍ତିଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ଏମକେସିଜିର ଓପିଡି ମାସାଧିକ କାଳ ହେବ ବନ୍ଦ ରହିବା ଯୋଗୁଁ ଲୋକମାନେ ଉପଯୁକ୍ତ ଚିକିତ୍ସା ସୁବିଧା ନ ପାଇ ଅସୁବିଧାରେ ପଡ଼ିଥିଲେ। ତୁରନ୍ତ ଏମକେସିଜି ଓପିଡି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।
from ଜିଲ୍ଲା – Sambad https://ift.tt/2EyuMhg
0 Comments