
ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍ ମଇତାପୁର ଗ୍ରାମରେ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ଉପଲେକ୍ଷ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରମେଶ ଚନ୍ଦ୍ର ବେହେରା ସ୍ମୃତି କମିଟି, ସ୍ୱେଚ୍ଛାସେବୀ କ୍ଲବ,ସାହାରା ଇଣ୍ଡିଆ ପରିବାର ମାର୍କୋଣା ଓ ସମ୍ବାଦ ଆମଓଡ଼ିଶା ସହାଯୋଗରେ ହୋଟେଲ ସିମୁଳିଆ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସିମୁଳିଆ ତହସିଲଦାର ରବିନାରାୟଣ ସାହୁ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା,ଅନ୍ୟତମ ଅତିଥି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କରିଣ ବାଳା ପାତ୍ର,ଭଦ୍ରକର ପୂର୍ବତନ ବିଧାୟକ ନରେନ ପଳେଇ, ଭଦ୍ରକ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡା ବିମଳା ମିଶ୍ର, ସରପଞ୍ଚ ଇଲା ବେହେରା,ପର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସାହୁପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଅମରେଶ ବେହେରା, ଯୁବନେତା ବାପୂନ ସାହୁ ଓ ନୀଲୁ ମହାପାତ୍ରଙ୍କ ତତ୍ୱାବଧାନରେ ଏହି ଶିବିର ଆୟୋଜନ ହୋଇଥିଲା।ଡା ମିଶ୍ର ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ରବିନାରାୟଣ ଖୁଣ୍ଟିଆ, ପ୍ରଗତି ଭୂୟାଁ, ରତିକାନ୍ତ ବଳ, ରଘୁନାଥ ପଣ୍ଡା, ପ୍ରକାଶ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଲୁନା ବେହେରା, ଅକ୍ଷୟ ଜେନା, ଚନ୍ଦ୍ରଶେଖର ବେହେରା, ଅଭୟ ବେହେରା, ସୁଜୟ ବେେହରା, ସୁଧାଂଶୁ ବେହେରା, ବିଜୟ ବେହେରା, ମନୋରଞ୍ଜନ ମହାନ୍ତି, ଶ୍ରୀଧର ବେହେରା, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାହୁ, କିଶୋର ମହାପାତ୍ର, ଗଜେନ୍ଦ୍ର ବେହେରା,ପିଣ୍ଟୁ ପରିଡ଼ା, ଓ ସିମୁଳିଆ ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ କୃଷ୍ଣଚନ୍ଦ୍ର ଭୂୟାଁ ଶିବିରରକୁ ପରିଚାଳନା କରିଥିଲେ। ରୀତି ମହାନ୍ତି, ମଣ୍ଟୁ ମହାନ୍ତି, ମୋନଜ ବେହେରା, ପଦ୍ମଲୋଚନ ଦାଶ, ଦ୍ରୌପଦୀ ମଲ୍ଲୀକ, ବିଶ୍ୱରଞ୍ଜନ ମହାନ୍ତି, ରାଜେଶ ସେନାପତି, ସୁନୀଲ ସେନାପତି, ରମାକାନ୍ତ ପଢ଼ିଆରୀ, ରମେଶ ରାଉଳ, ପିଣ୍ଟୁ ପରିଡ଼ା,ଜେନ୍ଦ୍ର ସାହୁ,ରାଣୀତାଲ ସମ୍ବାଦ ପ୍ରତିନିଧି ତପନ କୁମାର ପଣ୍ଡା,ଉତ୍ତର ଓଡିଶା ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ,ସ୍ମୃତି କମିଟିର ସମସ୍ତ କର୍ମକର୍ତ୍ତା ଓ ସାମ୍ବାଦିକ ବନ୍ଧୁ ସହଯୋଗ କରିଥିଲେ। ଏହି ଶିବିରଟି କୋଭିଡ୍-୧୯ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା।
from ଜିଲ୍ଲା – Sambad https://ift.tt/2DPInjS
0 Comments