
ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଗୋବିନ୍ଦପୁର ଥାନା ଅନ୍ତର୍ଗତ ସିମିଳିବାହାଲ ଗ୍ରାମରେ ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକାରୀ ସିମିଳିବାହାଲ ନିବାସୀ ସୁଶାନ୍ତ କଉଡିଙ୍କ ଏତଲା ମୁତାବକ, ତାଙ୍କ ଭଉଣୀ ଅସ୍ମିତା ସା(୨୮) ସେହି ଗ୍ରାମର ସ୍ବପ୍ନେଶ୍ୱର ସାଙ୍କୁ ୧୪ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କ ଦୁଇ ଝିଅ ଭାରତୀ(୧୩) ଓ ଜ୍ୟୋତି(୯୦) ଅଛନ୍ତି ।
ତେବେ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏହାକୁ କେନ୍ଦ୍ର କରି ଗ୍ରାମରେ ଅନେକ ଥର ସଭା କରି ସମସ୍ୟାର ଆପୋଷ ସମାଧାନ ମଧ୍ୟ ହେଉଥିଲା। ଗତ ସୋମବାର ସେ ଘରେ ଥିବା ବେଳେ ଅପରାହ୍ନ ୩ଟା ସମୟରେ ତାଙ୍କର ଦୁଇ ଭାଣିଜୀ ତାଙ୍କ ପାଖକୁ ଆସି ବାପା ସ୍ବପ୍ନେଶ୍ୱର ମା ସରିତାକୁ ମାରିଦେଇଥିବା କହିଥିଲେ । ଉଭୟ ଭଉଣୀ ବାପାଙ୍କ ପାଖକୁ ଯିବାରୁ ତୁମ ମାଆକୁ ମାରିଦେଇଛି ଓ ତୁମକୁ ମଧ୍ୟ ମାରି ଦେବି ବୋଲି କହିଥିବା ସୁଶାନ୍ତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏହା ଶୁଣି ତୁରନ୍ତ ସୁଶାନ୍ତ ଭଉଣୀ ଘରକୁ ଯାଇ ଦେଖିବାରୁ ଏକ ଖଟ ଉପରେ ତାଙ୍କର କ୍ଷତବିକ୍ଷତ ମୃତ ଦେହ ପଡ଼ିଛି । ପୂର୍ବ ରାତିରେ ଭଉଣୀଙ୍କୁ ହତ୍ୟା କରାଯାଇଥିବା ସୁଶାନ୍ତ ଦର୍ଶାଇଛନ୍ତି ।
ଏ ବିଷୟରେ ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ସଦଳବଳେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛନ୍ତି । ଏ ବାବଦରେ ଗୋବିନ୍ଦପୁର ଥାନା କେଶ ନମ୍ବର ୧୧୯/୨୦, ଧାରା ୩୦୨, ୪୯୮(କ)ରେ ଏକ ମାମଲା ରୁଜୁ ହୋଇଛି।
from ଜିଲ୍ଲା – Sambad https://ift.tt/347lCDx
0 Comments