
ନୟାଗଡ଼: ଆଜି ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷା ଓ ବଜ୍ରପାତରେ ନୟାଗଡ଼ରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୁଧାଂଶୁ ବେହେରା(୧୫) ବୋଲି ଜଣାଯାଇଛି। ଅନ୍ୟ ଜଣେ ନାବାଳକ ଓ ଯୁବକ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଇକିରି ପଞ୍ଚାୟତ ଅନ୍ତର୍ଗତ ଖଇରପଟି ଗ୍ରାମର ଦାମୋଦର ବେହେରାଙ୍କ ପୁଅ ସୁଧାଂଶୁ, ତାଙ୍କ ସାଙ୍ଗ ସନ୍ଦୀପ ପାତ୍ର(୧୫) ଓ ମାନସ ବେହେରା(୨୫) ସନ୍ଧ୍ୟାରେ ଗ୍ରାମ ନିକଟସ୍ଥ ମହନଗୁର ବନ୍ଧ ନିକଟକୁ ବୁଲାବୁଲି କରିବାକୁ ଯାଇଥିଲେ। ଏହି ସମୟରେ ବର୍ଷା ଆସିବାରୁ ଏକ କୁଡ଼ିଆ ଘରେ ଆଶ୍ରୟ ନେଇ୍ଥିବା ବେଳେ, ସେଠାରେ ବଜ୍ରପାତ ହୋଇଥିଲା। ସ୍ଥାନୀୟ ଲୋକ ଖବର ପାଇ ଗୁରୁତର ଅବସ୍ଥାରେ ଏହି ତିନିଜଣଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ତିନିଜଣଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଆଣିଥିଲେ। ସେଠାରେ ସୁଧାଂଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।
from ଜିଲ୍ଲା – Sambad https://ift.tt/2DjKWuN
0 Comments