ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ।ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର୍ ସମୟରେ ଖୋର୍ଦ୍ଧାର ଭରତପୁର ନିକଟରେ ଏକ ବୋଲେରୋରେ ବିପୁଳ ପରିମାଣର ଗଞ୍ଜେଇ ଚେରାଚାଲାଣ ହେଉଥିବାର ଖବର ମିଳିଥିଲା।

ଏହାପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଉକ୍ତ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ଦିଆଯାଇଛି। ଉକ୍ତ ବୋଲେରୋଟି ଖୋର୍ଦ୍ଧା-କଟକ ବାଇପାସରେ ଯିବାର ଯୋଜନା କରିଥିବାର ଖବର ମିଳିଛି। 



from ଜିଲ୍ଲା – Sambad https://ift.tt/2FMPFWU