
ମାଲକାନଗିରି: ଓଡ଼ିଶାର ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେଇଥିବା ଖବର ମିଳିଛି। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ଏକ ବସ୍ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଏହାଫଳରେ ଘଟଣାସ୍ଥଳରେ ଛଅଜଣଙ୍କର ପ୍ରାଣହାନି ଘଟିଛି। ଏହାଛଡ଼ା ଅନ୍ୟଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଏଯାବତ୍ ମୃତକମାନଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ନିକଟସ୍ଥ ଆମ୍ବେଦକର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ୫୦ରୁ ୬୦ ଯାତ୍ରୀ ଥିବାର ସୂଚନା ରହିଛି।
from ଜିଲ୍ଲା – Sambad https://ift.tt/333YFi6
0 Comments