ଭୁବନେଶ୍ୱର: ଆୟ ବହିର୍ଭୂତ ସମତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲରସ୍ ବିଭାଗର ଉପ ନିର୍ଦେଶକ ରମେଶ ଚନ୍ଦ୍ର ବେହେରା । ଆୟ ବହିର୍ଭୂତ ସମତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୭ଟି ଟିମ୍ ତାଙ୍କ କଟକ ଓ ଭୁବନେଶ୍ବରସ୍ଥିତ ସରକାରୀ କାର୍ଯ୍ୟଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ବିପୁଲ ଗାର୍ଡେନରେ ଥିବା ତାଙ୍କର ବାସଭବନ, କଟକର ପିଲିଗ୍ରିମ୍ ରୋଡ୍ ଠାରେ ଥିବା ରମେଶ ଚନ୍ଦ୍ର ବେହେରା ଶ୍ବଶୁର ଘର, ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍ ଅନ୍ତର୍ଗତ ପାମ୍ପାଲୋରେ ଥିବା ପୈତୃକ ଘର , କଟକର ସିଡିଏରେ ଥିବା ଘର ସହିତ ପ୍ଲଟ୍, ପୁଡୁଚେରୀରେ ଥିବା ଘର, କଟକ ଓ ଭୁବନେଶ୍ବରସ୍ଥିତ ସରକାରୀ କାର୍ଯ୍ୟଳୟରେ ଏକକାଳୀନ ଚଢ଼ଉ କରିଥିବା ଜଣାଯାଇଛି।

ଏଥିମଧ୍ୟରୁ ପୁଡୁଚେରୀକୁ ଗୋଟିଏ ସ୍ବତନ୍ତ୍ର ଟିମ୍ ଯାଇ ଚଢାଉ କରିଥବାର ସୂଚନା ମିଳିଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଚଢାଉ ବେଳେ କେତେ ଟଙ୍କାର ସଂପତ୍ତି ଠାବ କରାଯାଇଛି ତାହା ଜଣାପଡ଼ିଯିବ।



from ଜିଲ୍ଲା – Sambad https://ift.tt/3lKqYL5