ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ତିଲୋରୀ ପଞ୍ଚାୟତ ଅଧୀନ ସୁନାପାଙ୍ଗା ଗ୍ରାମ ନିକଟସ୍ଥ ଖଡ଼୍‌ଗ ନଦୀ‌ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନଦୀ ପାର୍‌ ହେବାକୁ ଖଞ୍ଜା ଯାଇଥିବା ଅସ୍ଥାୟୀ କାଠଗଣ୍ଡି ଭାରାରୁ ଖସି ପଡ଼ି ସୁନାପାଙ୍ଗା ଗ୍ରାମର ବି‌ଶିକେଶନ ନାୟକ(୬୦) ନାମକ ଜଣେ ବୃଦ୍ଧ ନଦୀ ସୁଅରେ ଭାସି ନିଖୋଜ ହୋଇଯାଇଛନ୍ତି। ଦାରିଙ୍ଗବାଡ଼ି ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଶିକେଶନଙ୍କୁ ଏଯାଏ ଠାବ କରାଯାଇପାରିନି।

ବିଶିକେଶନ ଆଜି କୌଣସି କାମରେ ସ୍ଥାନୀୟ ମୁଣ୍ଡାନାଜୁ ଗ୍ରାମକୁ ଆସିଥିଲେ। ସେଠାରୁ କାମ ସାରି ନିଜ ଗ୍ରାମ ସୁନାପାଙ୍ଗା ଫେରୁଥିଲେ। ବାଟରେ ପଡ଼ୁଥିବା ଖଡ଼ଗ ନଦୀ ଉପରେ ପଡ଼ିଥିବା କାଠଗଣ୍ଡି ଉପର ଦେଇ ପାର ହେଉଥିଲେ। ଏହି ସମୟରେ ହଠାତ୍ ସେ ଭାରସାମ୍ୟ ହରାଇ କାଠଗଣ୍ଡି ଉପରୁ ନଦୀକୁ ଖସି ପଡ଼ିଥିଲେ। ଚାହୁଁ ଚାହୁଁ ପ୍ରଖର ଜଳସ୍ରୋତରେ ଭାସି ଯାଇଥିଲେ।



from ଜିଲ୍ଲା – Sambad https://ift.tt/33G3PRZ