
ଭୁବନେଶ୍ବର: କିଛି ଦିନ ହେବ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବେ ତାଙ୍କର ବଡ଼ପଣ ପାଇଁ ଚର୍ଚ୍ଚିତା ହୋଇଛନ୍ତି। ସେ କୋରାପୁଟସ୍ଥିତ ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଚିନ୍ତାଗୁଡ଼ା ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଲୁକାୟିତ ପ୍ରତିଭାକୁ ସର୍ବସମ୍ମୁଖକୁ ଆଣିବା ପାଇଁ କରିଥିବା ଏକ ଛୋଟିଆ ଟ୍ବିଟ୍ ଏବେ ବର୍ଷାଙ୍କ ଉଦାରପଣର ଉଦାହରଣ ପାଲଟିଛି।
ନମିତା ତାଙ୍କ ଆଞ୍ଚଳିକ ଭାଷା କୁଇ, ଓଡ଼ିଆ ଓ ହିନ୍ଦୀରେ ଗୀତ ଗାଇ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଲୋକପ୍ରିୟ ହୋଇ ପାରିଛନ୍ତି। ତାଙ୍କ ସୁମଧୁର କଣ୍ଠସ୍ବର ଅନେକ ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ତାଙ୍କୁ ଏକ ସୁଯୋଗ ଦେବାର ଇଚ୍ଛା ପ୍ରକଟ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
What a magical voice she has, God gifted talent
My sincere prayers & blessings to dear little sister Namita for her bright future …. Talent should not be hidden
I would like to be a small part in her journey to help her & inspire her to achieve her dreams & be successful & pic.twitter.com/Pa18lnMBUT
— VARSHA PRIYADARSHINI (@VarshaPriyadar3) September 15, 2020
ନମିତା ଗୀତ ଗାଉଥିବା ବେଳର ଏକ ଭିଡିଓ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରି ବର୍ଷା ଲେଖିଛନ୍ତି, ‘କି ଯାଦୁକରୀ ସ୍ୱର ତାଙ୍କର! ଈଶ୍ବରପ୍ରାପ୍ତ ପ୍ରତିଭା। ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ପ୍ରିୟ ଛୋଟ ଭଉଣୀ ନମିତା ପାଇଁ ମୋର ଆନ୍ତରିକ ପ୍ରାର୍ଥନା ଏବଂ ଆଶୀର୍ବାଦ। ପ୍ରତିଭା ଲୁଚି ରହିବା ଉଚିତ୍ ନୁହେଁ। ତାଙ୍କୁ ସଫଳ ହେବାକୁ, ତାଙ୍କ ସ୍ବପ୍ନକୁ ସାକର କରିବାକୁ ମୁଁ ତାଙ୍କୁ ସାହାଯ୍ୟ କରି ତାଙ୍କ ସଫଳତାର ଯାତ୍ରାରେ ଛୋଟିଆ ଅଂଶ ହେବାକୁ ଚାହେଁ।’
set an example for all the youth talent who wish to fulfill their own dreams
I would like to take an initiative to start her career with a Jagannath bhajan , with Sangeet Guru’s guidanceGod bless you dear Namita
Believe in yourself & be unstoppableWe all are
— VARSHA PRIYADARSHINI (@VarshaPriyadar3) September 15, 2020
ସେ ଆଉ ଏକ ଟ୍ବିଟ୍ କରି ନମିତା ଏକ ଜଗନ୍ନାଥ ଭଜନରୁ ତାଙ୍କ ଯାତ୍ରା ଆରମ୍ଭ କରନ୍ତୁୁ ବୋଲି ଲେଖିଛନ୍ତି ବର୍ଷା। ସେ ନମିତାଙ୍କ ସହ ଅଛନ୍ତି ବୋଲି କହି ନିଜର ସହାୟତାର ହାତ ବଢ଼ାଇଛନ୍ତି।
from ଜିଲ୍ଲା – Sambad https://ift.tt/2ZFbWNm
My sincere prayers & blessings to dear little sister Namita for her bright future …. Talent should not be hidden
God bless you dear Namita

We all are
0 Comments