
ଖୋର୍ଦ୍ଧା : ଖୋର୍ଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟର ମୁଖ୍ୟ କିରାଣି ତପନ କୁମାର ନାୟକ ଆଜି ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ ପାଣିଗ୍ରାହୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ରାଜ ନାୟକ ଜଣେ ଅନୁସୂଚିତ ଜାତିର ବ୍ୟକ୍ତି। କରୋନା ମହାମାରୀ ସମୟରେ ଆର୍ଥିକ ସମସ୍ୟା ହେତୁ ସେ ନିଜ ଜମି ବିକ୍ରି କରିବାକୁ ଚାହିଁଥିଲେ। ସରକାରଙ୍କ ନିୟମାନୁସାରେ ଜଣେ ସାଧାରଣ ବର୍ଗର ଲୋକଙ୍କୁ ନିଜର ଜମି ବିକ୍ରି କରିବା ପାଇଁ ଉପଜିଲ୍ଲାପାଳଙ୍କ ଠାରୁ ପ୍ରାକ୍ ଅନୁମତି ନେବାକୁ ହୋଇଥାଏ। ଏଣୁ ସେ ଏନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତେବେ କାର୍ଯ୍ୟାଳୟର ମୁଖ୍ୟ କିରାଣି ତପନ କୁମାର ନାୟକ ତାଙ୍କ ଆବେଦନ ଉପରେ ଅନୁମତି ଦେବା ପାଇଁ ବିଭିନ୍ନ ଆଳ ଦେଖାଇ ଗଡ଼ାଇ ଚାଲିଥିଲେ। ଶେଷରେ ତପନ ନାୟକ ଏଥିପାଇଁ ୩୦ ହଜାର ଟଙ୍କା ମାଗିଥିଲେ। ପରେ ୨୦ହଜାର ଟଙ୍କା ଦେଇ ଅନୁମତି ପତ୍ର ନେଇଯିବାକୁ କହିଥିଲେ। ଏନେଇ ରାଜ ନାୟକ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ।ଆଜି ଅପରାହ୍ଣ ପ୍ରାୟ ୬ଟା ବେଳେ ରାଜ ନାୟକ ୨୦ ହଜାର ଟଙ୍କା ନେଇ ମୁଖ୍ୟ କିରାଣି ତପନ ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦେବା ବେଳେ ଭିଜିଲାନ୍ସ ଟିମ୍ ଶ୍ରୀ ନାୟକଙ୍କୁ ଧରିଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଖୋର୍ଦ୍ଧାରେ ଥିବା ଶ୍ରୀ ନାୟକଙ୍କ ସରକାରୀ ବାସଭବନ ଓ କେନ୍ଦ୍ରାପଡ଼ା ବାସଭବନରେ ଚଢ଼ଉ ଜାରି ରହିଛି।
from ଜିଲ୍ଲା – Sambad https://ift.tt/2GeDYbR
0 Comments