
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ଗ୍ରାମରେ ଥିବା ରାସ୍ତା କାଦୁଅ ପଚପଚ ଯୋଗୁଁ ଲୋକେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ରାଜନେତା ଓ ପ୍ରଶାସନ ସମସ୍ତେ ଜାଣି ମଧ୍ୟ ଚୁପ ରହିବା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦରବ୍ଲକ ଅନ୍ତ୍ରତର୍ଗ ତତଥୁଆପଦର ପଞ୍ଚାୟତର ଜନସାଧାରଣ କେସିଙ୍ଗା ବ୍ଲକ ପାଶ୍ଟିକୁଡ଼ି ଛକ ଉପ ଉପରେ ନିର୍ଭର କରିଥାନ୍ତି । ଥୁଆପଦରରୁ ବୁଡିପଡ଼ା ଗ୍ରାମଦେଇ ଜାତୀୟ ରାଜପଥ ୨୬ ପର୍ଯ୍ୟନ୍ତ କାଦୁଅ ପଚପଚ ଥିବା ଯୋଗୁଁ ଅଞ୍ଚଳବାସୀ ଯିବା ଆସିବାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି ।
ପାଶ୍ଟିକୁଡ଼ି ପଞ୍ଚାୟତ ବୁଡିପଡ଼ା ଗ୍ରାମର ଛାତ୍ରଛାତ୍ରୀ ଥୁଆପଦର ଉଚ୍ଚ ବିଦ୍ୟାଳୟ କୁ ପଢିବା ପାଇଁ ଆସିଥାନ୍ତି । ଛାତ୍ରଛାତ୍ରୀମାନେ କାଦୁଅ ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହେଉଛି ବୋଲି କହିଛନ୍ତି । ଏହି ରାସ୍ତା ଖରାପ ଥିବା ଯୋଗୁଁ ଥୁଆପଦର ପଞ୍ଚାୟତବାସୀ ଜାତୀୟ ରାଜପଥ ୨୬ ରେ ଥିବା ତେନ୍ତୁଳୀଖୁଣ୍ଟି ଛକ ଦେଇ ବୁଲିକି ପାଶ୍ଟିକୁଡ଼ି ଛକରେ ଥିବା ବ୍ୟାଙ୍କ, ସାପ୍ତାହିକ ବଜାର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପାଶ୍ଟିକୁଡ଼ି ଛକ ଉପରେ ସବୁ ପ୍ରକାରର ସୁବିଧା ମିଳୁଥିବା ଯୋଗୁଁ ଲୋକମାନେ ନିତିଦିନ ଯିବା ଆସିବା କରିଥାନ୍ତି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ପୂର୍ବ ବିଧାୟକ ଅନାମ ନାଏକଙ୍କୁ ଲିଖିତ ଅନୁରୋଧ କରାଯାଇଥିଲା।
ସେହିଭଳି ବର୍ତ୍ତମାନର ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ମଧ୍ୟ ଜଣାଇଥିଲେ ବି କିଛି ଫଳପ୍ରଦ ମିଳିନାହିଁ ବୋଲି ଗ୍ରାମସୀ ଅଭିଯୋଗ କରିଛନ୍ତି ।ଏହି ରାସ୍ତା ନିର୍ମାଣ କରାଗଲେ ଥୁଆପଦର ପଞ୍ଚାୟତ ବାସୀ ସିଧା ସଳଖ ବୁଡ଼ିପଡ଼ା ଗ୍ରାମ ଦେଇ ଜାତୀୟ ରାଜପଥ ୨୬କୁ ଆସି ପାଶ୍ଟିକୁଡ଼ି ଯାଇ ତାଙ୍କର ସମସ୍ତ କାମ କରି ପାରିବେ । ବୁଡିପଡ଼ା ଗ୍ରାମର ଛାତ୍ରଛାତ୍ରୀ ଥୁଆପଦର ଉଚ୍ଚ ବିଦ୍ୟାଳୟକୁ ଯାଇ ଶିକ୍ଷା ଲାଭ କରି ପାରିବେ ବୋଲି ଅଞ୍ଚଳବାସୀ ଦାଦି କରିଛନ୍ତି । ତେଣୁ ଥୁଆପଦରରୁ ବୁଡିପଡ଼ା ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କରିବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
from ଜିଲ୍ଲା – Sambad https://ift.tt/348azbg
0 Comments