ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ସ୍ୱାସ୍ଥ୍ୟ ଖରାପ ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ପ୍ରାୟ ୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ରବୀନ୍ଦ୍ର ନାଥ ଭୋଇ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ଥିଲେ। ଆସନ୍ତା ଉପ ନିର୍ବାଚନ ପାଇଁ ସେ ଟିକେଟ ଦୌଡ଼ରେ ରହିଥିଲେ। ତାଙ୍କ ପୈତୃକ ଘର ବିରିଡ଼ି ବ୍ଲକର  ବାଲିଆ ଗୋପୀନାଥପୁରେ। ରବୀନ୍ଦ୍ର ନାଥ ଭୋଇଙ୍କ ବିୟୋଗରେ ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



from ଜିଲ୍ଲା – Sambad https://ift.tt/3hZWSkE