
ଯାଜପୁର: ଯାଜପୁର ଜିଲ୍ଲାର ବିରଜା କ୍ଷେତ୍ରକୁ ରେଳ ସଂଯୋଗର ଆଶା ଧୀରେ ଧୀରେ କ୍ଷୀଣ ହୋଇ ଯାଉଛି। ଦୁଇଟି ଜିଲ୍ଲାବାସୀଙ୍କ ଉତ୍କଣ୍ଠା ଓ ଅପେକ୍ଷା ଫଳପ୍ରଦ ନହେବାର ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁ ରେଳ ପର୍ଯ୍ୟଟନର ଗୁରୁତ୍ବ ବଢ଼ାଇବ ବୋଲି କୁହାଯାଉଥିଲା ଏବେ ତାହାର ପ୍ରସ୍ତାବ ଶୀତଳ ଭଣ୍ଡାରରେ, ଯାହାକୁ ନେଇ ଲୋକମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି।
ଗତ ମାସ ୧୪ ତାରିଖରୁ ୨୩ ମଧ୍ୟରେ ଲୋକସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି। ଏହି ସମୟରେ ଯାଜପୁରର ଲୋକ ପ୍ରତିନିଧି ଯାଜପୁର ରୋଡ ଷ୍ଟେସନକୁ ଡିଭିଜନର ମାନ୍ୟତା ଓ ବିରଜା କ୍ଷେତ୍ରକୁ ରେଳ ସଂଯୋଗର ପ୍ରସ୍ତାବ ରଖିବେ ବୋଲି ଜିଲ୍ଲାବାସୀ ଆଶା ରଖିଥିଲେ। କିନ୍ତୁ ଜିଲ୍ଲାବାସୀଙ୍କ ଏହି ଆଶା ମଉଳି ଯାଇଛି। ଏହି ଦୁଇଟି ଦାବି ନେଇ ବହୁବାର ସ୍ବର ଉଠୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଠିକ୍ ଭାବେ ଦାବି ଉପସ୍ଥାପିତ ନ ହେବାରୁ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପାଖାପାଖି ୧୦ ବର୍ଷ ହେବ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ନେତୃବୃନ୍ଦ ଦାବି, ଦସ୍ତଖତ ଅଭିଯାନ ଓ ଆନ୍ଦୋଳନ ଜରିଆରେ ନିଜର ଦାବିକୁ ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବି ଏଯାଏ ସୁଫଳ ମିଳିନି। ଗତ ବର୍ଷ ଅକ୍ଟୋବରରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଭଦ୍ରକ-ଚାନ୍ଦବାଲି-ଆଖଣ୍ଡଳମଣି- ବିରଜା କ୍ଷେତ୍ରକୁ ରେଳ ସଂଯୋଗ ପାଇଁ ଦାବି କରିଥିଲେ ମଧ୍ୟ ପରେ ସ୍ବର ନିରବୀ ଯାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।
The post ଯାଜପୁର: ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଆଶା ମଉଳୁଛି, ଅଟକି ରହିଛି ଡିଭିଜନ୍ ମାନ୍ୟତା first appeared on Sambad.
from ଜିଲ୍ଲା – Sambad https://ift.tt/3kAT7n4
0 Comments