କଟକ : କଟକ-ଭୁବନେଶ୍ବରରେ ପାର୍ବଣ ସମୟରେ ଦାଦାବଟି ରୋକିବା ପୁଲିସ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ। ବିଭିନ୍ନ ଅପରାଧୀ ଗୋଷ୍ଠୀ ବ୍ୟବସାୟୀଙ୍କ ନିକଟରୁ ଏହି ସମୟରେ ବଟି ଆଦାୟ କରିବାର ନଜିର ରହି ଆସିଥିବା ବେଳେ ଥାନା ସ୍ତରରେ ପୁଲିସ ଏହି ବେଆଇନ କାରବାର ବନ୍ଦ କରିବାକୁ ରଣ଼ନୀତି ପ୍ରସ୍ତୁତ ହୋଇଛି। ଏଭଳି କାରବାରରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଡିଜି ଅଭୟ ଆଜି ମୁଖ୍ୟାଳୟରେ ଆୟୋଜିତ ଏକ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।

ପୁଲିସ ଡିଜି ଅଭୟ ଆଜି ଅପରାହ୍ନରେ ପୁଲିସ ମୁଖ୍ୟାଳୟରେ କଟକ ଓ ଭୁବନେଶ୍ବରର ଅପରାଧ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ। ସହରରେ ଘଟୁଥିବା ଅପରାଧ ଏବଂ ବଳ ପୂର୍ବକ ବଟି ଆଦାୟ କିମ୍ବା ଦାଦାବଟି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଦୁର୍ଗାପୂଜା ସମୟରେ କୋଭିଡ କଟକଣା ଯେଭଳି ଖିଲାପ ହେବନାହିଁ, ସେ ନେଇ ପୁଲିସ ଅଧିକାରୀଙ୍କୁ ତାଗିଦ କରାଯାଇଛି। ଆଇନ ଶୃଙ୍ଖଳା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଡିଜି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ବିଭାଗ ଅତିରିକ୍ତ ଏଡିଜି, ଆଇନ ଶୃଙ୍ଖଳା ଆଇଜି, ଡିସିପି କଟକ ଓ ଭୁବନେଶ୍ବର ଉପସ୍ଥିତ ଥିଲେ।

The post ଦ୍ବୈତନଗରୀରେ ପାର୍ବଣ ପାଇଁ ରଣନୀତି ପ୍ରସ୍ତୁତ : ଦାଦାବଟି ଆଦାୟ କଲେ ବାନ୍ଧ: ଡିଜି first appeared on Sambad.



from ଜିଲ୍ଲା – Sambad https://ift.tt/3j4kYu7