
କନ୍ଧମାଳ: କନ୍ଧମାଳ ଜିଲା କ.ନୂଆଁଗା ବ୍ଲକ୍ ଗୁଞ୍ଜିବାଡି ପଞ୍ଚାୟତର ଜିଡୁବାଡିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ଦଶହରା ପାଇଁ ଖୁସିର ମାହୋଲ ଥିବାବେଳେ ଗୁଞ୍ଜିବାଡି ଗାଁର ଏକ ବୋଲେରୋ ଧକ୍କାରେ ଜଣେ ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଶିଶୁଟି ଜିଡୁବାଡିର ସୁଶୀଳ ପ୍ରଧାନଙ୍କ ପୁଅ। ଶିଶୁ ପୁତ୍ର ନିଜ ଘର ସାମ୍ନା ରାସ୍ତା ଉପରେ ଖେଳୁଥିବା ବେଳେ ଗୁଞ୍ଜିବାଡି ଗାଁର ଏକ ବୋଲେରୋ ପିଲାଟି ଉପରେ ଚଢିଯାଇଥିଲା।
ପିଲାଟିର ଘଟଣାସ୍ଥଳରେ ମୃତ୍ୟୁ ହେବାପରେ ପରିବାର ପକ୍ଷରୁ ସାରଙ୍ଗଗଡ଼ ଥାନାରେ ଏତଲା ଦିଆଯାଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଥିଲା। ଆଜି ସକାଳୁ ସକାଳୁ ପରିବାର ପକ୍ଷରୁ ଜି.ଉଦୟଗିରି ଓ ବ୍ରହ୍ମପୁର ମୁଖ୍ୟରାସ୍ତାକୁ ଶବ ଧରି ଅବରୋଧ କରିଥିବା ଦେଖିବାକୁ ମିଳିଛି। ପରିବାର ପକ୍ଷରୁ ଗାଡ଼ି ଚାଳକ ଓ ମାଲିକଙ୍କୁ ଗିରଫ କରିବା ସହ ମୃତ ଶିଶୁର ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ରଖି ଅଡ଼ି ବସିଥିବା ଜଣାପଡ଼ିଛିି।
The post କନ୍ଧମାଳ: ବୋଲେରୋ ଧକ୍କାରେ ଶିିଶୁ ପୁତ୍ର ମୃତ, ମୃତଦେହକୁ ଧରି ରାସ୍ତା ଅବରୋଧ କଲେ ସଂପର୍କୀୟ first appeared on Sambad.
from ଜିଲ୍ଲା – Sambad https://ift.tt/35A1CII
0 Comments