
କଣ୍ଟିଲୋ : ଆଜି ସନ୍ଧ୍ୟାରେ ମହାନଦୀରେ ମାଛ ମାରୁଥିବା ସମୟରେ କଣ୍ଟିଲୋ ଫକୀର ଅତବୁଦ୍ଧି ପାଟଣା ଗ୍ରାମର ଜଣେ କୈବର୍ତ୍ତ ଏକ ବିରଳ ମାଛ ଧରିଛନ୍ତି। ଉକ୍ତ ମାଛର ଦେହସାରା କଣ୍ଟା ଓ ଚିତ୍ର ବିଚିତ୍ର ଦେଖା ଯାଉଥିବା ବେଳେ ଓଜନ ପ୍ରାୟ ୧ କିଲୋ ହେବ। ଆଜି ସନ୍ଧ୍ୟାରେ ଗ୍ରାମର କଣ୍ଡୁରୀ ଦଳେଇ ଓ ମଙ୍ଗୁଳି ଦଳେଇ ମହାନଦୀରେ ମାଛ ଧରୁଥିବା ସମୟରେ ସେମାନଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା। ମାଛଟି ଜୀବିତ ରହିଛି ଏବଂ ମାଛଟିକୁ ଦେଖିବାକୁ ଏବେ ଭିଡ଼ ପରିଲକ୍ଷିତ ହୋଇଛି।
The post କଣ୍ଟିଲୋ ନିକଟସ୍ଥ ମହାନଦୀରୁ ମିଳିଲା ବିରଳ ମାଛ first appeared on Sambad.
from ଜିଲ୍ଲା – Sambad https://ift.tt/2HWvjeA
0 Comments