
ମାଲକାନଗିରି : ବିଏସଏଫକୁ ସୂଚନା ଦେଉଥିବା ସଂଦେହ କରି ମାଓବାଦୀମାନେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣକୁ ହତ୍ୟା କରିଥିବା ସୂଚନା ହସ୍ତଗତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଜିଲ୍ଲାର ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମକୁ ରାତି ପ୍ରାୟ ସାଢେ ୯ଟା ସମୟରେ ପ୍ରାୟ ୩୦ରୁ ଅଧିକ ମାଓବାଦୀ ଆସି ଗ୍ରାମର ଦାସ ଖେମୁଡୁ, ସନା ହାନ୍ତାଳ,ଓ ସମରୁ ଖିଲଙ୍କୁ ପୁଲିସ ଇନଫର୍ମର ବୋଲି କହି ନିର୍ଧୁମ ମାଡ଼ ମାରିଥିଲେ । ଶେଷରେ ଦାସ ଖେମୁଡୁ କୁ ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ ଲାଲବାହିନୀ ।
ଗତକାଲି ବିଏସଏଫ୍ ଦ୍ଵାରା ଉଦ୍ଧାର ହୋଇଥିବା ୭ଟି ବିସ୍ଫୋରକ (ଆଇଇଡି)କୁ ବିଏସ୍ଏଫ ଯବାନଙ୍କୁ ଦେଖାଇଥିବା ଅଭିଯୋଗ କରି ମାଓବାଦୀମାନେ ଏହି ହିଂସାକାଣ୍ଡ ଘଟାଇଥିବା କୁହାଯାଉଛି ।
The post ମାଲକାନଗିରି : ପୁଲିସ ଇନଫର୍ମର ସଂଦେହରେ ଜଣକୁ ହତ୍ୟା କଲେ ମାଓବାଦୀ, ୨ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3m4Mfyu
0 Comments