ସୁବର୍ଣ୍ଣପୁର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ସୁବର୍ଣ୍ଣପୁର ଜିଲ୍ଲାର ରାଜାକୋଠି ନିକଟରେ ଏକ ବଜ୍ରକାପ୍ତା ଉଦ୍ଧାର କରିଥିବାର ଖବର ମିଳିଛି। ଏହା ସହିତ ୫ କିଲୋଗ୍ରାମ୍ ୬୫ ଗ୍ରାମ୍ ଓଜନର ବଜ୍ରକାପ୍ତା କାତି ମଧ୍ୟ ଜବତ କରାଯାଇଛି। ଏହି ମାମଲରେ ଏସଟିଏଫ୍ ଦୁଇଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ ରାଜାକୋଠି ନିକଟରେ ଥିବା ମହାନଦୀ ବନ୍ଧ ଉପରୁ ବଜ୍ରକାପ୍ତା କାତି ସହିତ ବଜ୍ରକାପ୍ତା ଚେରା ଚାଲାଣ କରାଯାଉଥିବାର ଖବର ପାଇ ଏସଟିଏଫ୍ ପକ୍ଷରୁ ଘଟଣାସ୍ଥଳରେ ଚଢଉ କରାଯାଇଥିଲା। ସେଠାରୁ ୫ କିଲୋଗ୍ରାମ୍ ୬୫ ଗ୍ରାମ୍ ଓଜନର ବଜ୍ରକାପ୍ତା କାତି ସହିତ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଥିଲା।

ଘଟଣାସ୍ଥଳରୁ ସୋମନାଥ ବାଗ ଏବଂ ମାର୍ସାନାଲ ଭେଙ୍ଗେରା ନାମକ ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା। ଏସଟିଏଫ୍ ଜବତ ବଜ୍ରକାପ୍ତାକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି। ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଆଜି ସୁବର୍ଣ୍ଣପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି। ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

The post ଏସଟିଏଫ୍ ଦ୍ବାରା ବଜ୍ରକାପ୍ତା ଉଦ୍ଧାର, ଦୁଇ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/35ala6g