ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବଡ଼ ବଜାର ଥାନା ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ  ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ଫାଷ୍ଟ୍ ଗେଟ୍ ନିକଟସ୍ଥ ଶ୍ରୀକ୍ଷେତ୍ର ବିହାର ପାଖ ରାସ୍ତା କଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ। ଏହାପରେ ସେମାନେ ବଡ଼ ବଜାର ଥାନାକୁ ଖବର ଦେଇଥିଲେ।

ଖବର ପାଇ ବଡ଼ ବଜାର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପ୍ରସ୍ତୁତ ହେଉଛି। ଏହି ରିପୋର୍ଟ ପ୍ରସ୍ତୁତ ହେବା ଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ।

ମୃତକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚିହ୍ନି ହେଉନାହିଁ। ଗତକାଲି ରାତିରେ ମୃତକଙ୍କ ଉପରେ କୌଣସି ଟ୍ରକ୍ ଚଢ଼ିଯାଇଥିବାର ସନ୍ଦେହ କରାଯାଉଛି। ଉକ୍ତ ମୃତକଙ୍କ ବୟସ ୪୦ ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି। ଏହି ଘଟଣା ବ୍ରହ୍ମପୁର ସହରରେ ଚର୍ଚ୍ଚାର ବିଷୟ ହୋଇଛି।

The post ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଟ୍ରକ୍ ଚଢ଼ିଯାଇଥିବାରୁ ମୃତ୍ୟୁ ସନ୍ଦେହ first appeared on Sambad.



from ଜିଲ୍ଲା – Sambad https://ift.tt/3lOC0hC