ଜଗତସିଂହପୁର/ଭୁବନେଶ୍ୱର: ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ସଂଗ୍ରମ କେଶରୀ ମହାପାତ୍ରଙ୍କ ବଦଳି ହୋଇଛି। ଶ୍ରୀ ମହାପାତ୍ରଙ୍କ ସ୍ଥାନରେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ କାର୍ଯ୍ୟରତ ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି।

ରାଜ୍ୟ ସରକାର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜି.ଏ ଆଣ୍ଡ ପି.ଜି ବିଭାଗକୁ ଓଏସ୍‌ଡି ଭାବେ ବଦଳି କରିଛନ୍ତି।

ତେବେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବ। ଏହା ପୂର୍ବରୁ ଜିଲ୍ଲାପାଳଙ୍କ ବଦଳି ନେଇ ଅନେକ ଚର୍ଚ୍ଚା ହେଉଛି। କଂଗ୍ରେସ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ନେଇ ଆପତ୍ତି ଉଠାଇଥିଲା। କଂଗ୍ରେସ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା।



from ଜିଲ୍ଲା – Sambad https://ift.tt/3lfiTNE