ଯାଜପୁରରେ ସୁନା ଦୋକାନୀଙ୍କୁ ଆକ୍ରମଣ, ଅଳଙ୍କାର ଓ ସ୍କୁଟି ଲୁଟ୍‌ ଅଭିଯୋଗ

ଯାଜପୁର/ଭୁବନେଶ୍ୱର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ଥାନା ଅଧୀନ ବ୍ରହ୍ମବରଦାର ସୁନା ବ୍ୟବସାୟୀ ମହେଶ୍ୱର ସାହୁ ଆଜି ନିଜ ଦୋକାନ ବନ୍ଦ କରି ସୁନାଗହଣା ନେଇ ସ୍କୁଟିରେ ବନ୍ଧଢିହସ୍ଥିତ ଘରକୁ ଯାଉଥିଲେ। ରାତି ପ୍ରାୟ ଆଠଟା ସମୟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ଅଳଙ୍କାର ସହ ସ୍କୁଟିକୁ ନେଇ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ମହେଶ୍ୱରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଜଣେ ଯୁବତୀ ଆଚାର୍ଯ୍ୟ ବିହାର ଛକ ଦେଇ ସ୍କୁଟିରେ ସୈନିକ ସ୍କୁଲ ଆଡ଼କୁ ଯାଉଥିଲେ। ଏହି ସମୟରେ ୨ ଜଣ ଲୁଟେରା ବାଇକ୍‌ରେ ଯୁବତୀଙ୍କୁ ଅନୁସରଣ କରୁଥିଲେ। ଆପୋଲୋ ହସ୍‌ପିଟାଲ ନିକଟରେ ରାସ୍ତାରେ ସେମାନେ ସୁନା ଚେନ୍‌ ଝାମ୍ପି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସମୟରେ ଯୁବତୀ ଜଣକ ଭାରସାମ୍ୟ ହରାଇ ସ୍କୁଟିରୁ ପଡ଼ିଯାଇଥିଲେ। ସେ ଆହତ ହୋଇଥିବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି।



from ଜିଲ୍ଲା – Sambad https://ift.tt/2SveFEW

Post a Comment

0 Comments