ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁର ବଇଁଚବଣିଆ ଛକସ୍ଥିତ ମା’ ଭୁବନେଶ୍ବରୀ ମୋଟର୍ସ ଟିଭିଏସ୍ ସୋ ରୁମ୍ ଭିତରୁ ଗତକାଲି ବିଳମ୍ବିତ ରାତିରେ ସାଢ଼େ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଞ୍ଜିଳିକାଟୁ ପୁଲିସ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ସୋ ରୁମ୍ ମାଲିକ ହରିଚନ୍ଦନ ପଣ୍ଡାଙ୍କ କହିବାନୁଯାୟୀ, ‘ଆଜି ସକାଳ ସାଢ଼େ ୮ଟାରେ ଦୋକାନ କର୍ମଚାରୀ ଫୋନ୍ କରି ଜଣାଇଥିଲେ ଯେ ତାଲା ଭାଙ୍ଗି କ୍ୟାସ୍ କାଉଣ୍ଟରରୁ ଟଙ୍କା ଚୋରି ହୋଇଛି। ଆସି ଦେଖିବା ବେଳକୁ ଦୁର୍ବୃତ୍ତମାନେ ଗୋଟିଏ ତାଲା ଭାଙ୍ଗି ସୋ ରୁମ୍‌ ଭିତରେ ପଶିଛନ୍ତି ଓ ୩ଟି କ୍ୟାସ୍ କାଉଣ୍ଟର ଭାଙ୍ଗି ପାଖାପାଖି ସାଢ଼େ ୪ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି।’

ଏନେଇ ସେ ଥାନାରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଛି। ଜାଣିବାକୁ ମିଳିଛି ଯେ ଗତକାଲି ଶ୍ରୀ ପଣ୍ଡା ହିଞ୍ଜିଳିକାଟୁରେ ନଥିବା ଯୋଗୁଁ ବ୍ୟାଙ୍କ୍‌ରେ ଟଙ୍କା ଜମା କରିପାରି ନଥିଲେ। ସେ ଆଜି ସେହି ଟଙ୍କାକୁ ଜମା କରିଥାନ୍ତେ। ଗତକାଲି ରାତିରେ ୨ ଜଣ କର୍ମଚାରୀ ଦୋକାନରେ ଶୋଇଥିଲେ କିନ୍ତୁ ସେମାନେ ଏକ ବିଷୟରେ କିଛି ଜାଣିନଥିବା କହିଛନ୍ତି। ସିସିଟିଭି ଫୁଟେଜରୁ ଜାଣିବାକୁ ମିଳିଛି ରାତିରେ ୧୨ଟା ପରେ ଚୋରି ହୋଇଛି।

The post ହିଞ୍ଜିଳିକାଟୁ ବାଇକ୍ ସୋ’ ରୁମରୁ ସାଢ଼େ ୪ ଲକ୍ଷ ଟଙ୍କାର ଚୋରି ଅଭିଯୋଗ first appeared on Sambad.



from ଜିଲ୍ଲା – Sambad https://ift.tt/3kiNz07