ବାରିପଦା: ଅତ୍ୟଧିକ ମାନସିକ ଚାପ ଯେ କେତେ ଭୟଙ୍କର ତାହା ପୁଣି ଥରେ ପ୍ରମାଣିତ ହୋଇଛି । ନିଜ ଛୋଟ ଛୁଆର ଚିକିତ୍ସା କରାଉଥିବା ଜଣେ ମହିଳା ଗତକାଲି ଆତ୍ମହତ୍ୟା କରିଛନ୍ତି।
ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳରେ ନିଜ ନଣନ୍ଦଙ୍କ ଘରେ ରହୁଥିବା ଚାନ୍ଦୁଆ ଥାନା ଅନ୍ତର୍ଗତ କୁନି ସିଂ(୩୬) ଗତକାଲି ବିଳମ୍ବିତ ରାତିରେ ନିକଟରେ ଥିବା ଏକ ଛତୁ ଫାର୍ମରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଚାନ୍ଦୁଆ ଥାନା ସାନସରସପୋଷି ଅଞ୍ଚଳର ଶ୍ୟାମସୁନ୍ଦର ସିଂହଙ୍କ ପତ୍ନୀ ତଥା ମୃତକ ମହିଳା ତକତପୁରରେ ରହି ନିଜ ଅସୁସ୍ଥ ପୁଅର ଚିକିତ୍ସା କରୁଥିଲେ। ମାତ୍ର ଗତ କିଛିଦିନ ହେବ ସେ କାହା ସହିତ କଥା ମଧ୍ୟ ହେଉନଥିବା ଜଣାପଡ଼ିଛି।

ଗତକାଲି ରାତିରେ ମୃତକ ମହିଳା ନିଜ ପୁଅ ପାଖରେ ଶୋଇଥିଲେ। ମାତ୍ର ରାତି ପ୍ରାୟ ସାଢ଼େ ୩ରୁ ୪ଟା ଭିତରେ ପୁଅ କାନ୍ଦିବାରୁ ପରିବାର ଲୋକେ ଉଠି ଦେଖିବାକୁ ପାଇଥିଲେ ଯେ କୁନି ନାହାନ୍ତି। ପରେ ଖୋଜା ଖୋଜି କରିବାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

The post ଅତ୍ୟଧିକ ମାନସିକ ଚାପର କରୁଣ ପରିଣତି: ମହିଳାଙ୍କ ଆତ୍ମହତ୍ୟା first appeared on Sambad.



from ଜିଲ୍ଲା – Sambad https://ift.tt/2HCGauK