
ବ୍ରହ୍ମଗିରି : ଆସନ୍ତାକାଲି ପବିତ୍ର ବିଜୟାଦଶମୀ। ଶ୍ରୀ ଅଲାରନାଥଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଭୋର୍ ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ହେବ। ଦ୍ବାରପାଳ ପୂଜା ନୀତି ବଢ଼ି ଗୋପାଳ ବଲ୍ଲଭ ଉଠିବ। ସୂର୍ଯ୍ୟପୂଜା, ରୋଷହୋମ ନୀତି ବଢିବା ପରେ ଶ୍ରୀଜୀଉଙ୍କ ରାଜାଧିରାଜ ବେଶ ହେବ।
ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ ନୀତି ବଢିବା ପରେ ଅପରାହ୍ନ ଦୁଇଟାରେ ଦ୍ବିପ୍ରହର ଧୂପ ନୀତି ବଢିବ। ଚିଆଁ ପହଡ଼ ହୋଇ ଅପରାହ୍ନ ୩ଟାରେ ମନ୍ଦିର ଖୋଲା ଯାଇ ଶ୍ରୀଜୀଉଙ୍କ ନୀତିକାନ୍ତି ଚାଲିବ। ସଂଧ୍ୟା ୬ଟା ସୁଦ୍ଧା ଶ୍ରୀଜୀଉଙ୍କ ସଂଧ୍ୟା ମଇଲମ, ସଂଧ୍ୟା ଆଳତି, ସଂଧ୍ୟା ଧୂପ ସହିତ ବଡ଼ସିଂହାର ନୀତି ବଢ଼ିବା ପରେ ପହଡ଼ ହେବ ବୋଲି ସେବାୟତ ନିଯୋଗ ପକ୍ଷରୁ କୁହାଯାଇଛି।
The post ଆଜି ଶ୍ରୀଅଲାରନାଥଙ୍କ ରାଜାଧିରାଜ ବେଶ first appeared on Sambad.
from ଜିଲ୍ଲା – Sambad https://ift.tt/3mhNaM8
0 Comments