
ଦେବଗଡ଼: ଦେବଗଡ଼ ଜିଲ୍ଲାର ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଦେବଗଡ଼ ଥାନା ତିଳେଇବଣି ବ୍ଲକ ଅନ୍ତର୍ଗତ ବାରଗାଡ଼ିଆ ଗ୍ରାମର ଲଷ୍ମଣ ଲୁହୁରା(୩୦) ଗତକାଲି କଂସର ଫାଣ୍ଡି ଅନ୍ତର୍ଗତ କଦଗୁଡ଼ା ଗ୍ରାମସ୍ଥିତ ନିଜ ଶଶୁର ଘରକୁ ଯାଇଥିଲେ ।
ସେଠାରୁ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ସରାନାଳି ଗ୍ରାମରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯିବାକୁ ଗୋହିରା ଜଳ ଭଣ୍ଡାରରେ ଏକ ହୁଲି ଡ଼ଙ୍ଗାରେ ବସିଥିଲେ। ମଝି ଜଳ ଭଣ୍ଡାରରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଫଳରେ ଲଷ୍ମଣ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଅନ୍ଧାର ଯୋଗୁଁ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପାରିନଥିଲା। ଆଜି ସକାଳୁ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଲଷ୍ମଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। କଂସର ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହା ସହ ପୁଲସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଦେବଗଡ଼: ଗୋହିରା ଡ୍ୟାମରେ ଡ଼ଙ୍ଗା ବୁଡ଼ି ଜଣେ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/31mumDj
0 Comments