
ବାରିପଦା: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କପ୍ତିପଦା ଥାନା ଅନ୍ତର୍ଗତ ପୋଡ଼ାଡିହା ପଞ୍ଚାୟତର ନଛିପୁର ଗାଁରେ ଶିକାରୀ ସନ୍ଦେହରେ ଜଣେ ଯୁବକଙ୍କୁ ବନ ବିଭାଗର କର୍ମଚାରୀ ପିଟିପିଟି ମାରିଦେଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖରେ ଏହି ଘଟଣା ଘଟିଥିବା କୁହାଯାଉଛି।
ମୃତକ ହେଲେ ଚନ୍ଦ୍ରମଣି ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୪୫)। ଗଜେନ୍ଦ୍ରଙ୍କ ମୃତଦେହ ପହଞ୍ଚିବା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶବକୁ ରଖି ଗ୍ରାମବାସୀମାନେ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିବାର ସୂଚନା ମିଳିଛି।
The post ଶିକାରୀ ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ, ବନ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ first appeared on Sambad.
from ଜିଲ୍ଲା – Sambad https://ift.tt/2IYsXg0
0 Comments