ସୁନ୍ଦରଗଡ଼ : ସୁନ୍ଦରଗଡ଼ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ମହାଦୁର୍ନୀତିର ପ୍ରାଶାସନିକ ତଦନ୍ତ ଅଧାବାଟରେ ଅଟକି ରହିଛି। ଏବେ ପୁଣି ଏକ ଅନିୟମିତତ‌ାରେ ଛନ୍ଦି ହୋଇଛି ସଂସ୍ଥା। ବିନା ଟେଣ୍ଡରରେ ୯୬ ଲକ୍ଷ ଟଙ୍କାର ଏକ କାମର ଠିକା ପାଇ ଜଣେ ରାଜ୍ୟ ବାହାରର ଠିକାଦାର କାମ କରୁଛନ୍ତି।

ସୁନ୍ଦରଗଡ଼ସ୍ଥିତ ଅତିଥି ଭବନ (ସର୍କିଟ ହାଉସ)ର ଛାତ ଉପରେ ଟିଣ ସିଟ୍‌ ଲଗାଇବା ସହ ନବୀକରଣ କାମ ଆଇଟିଡିଏ କରୁଥିବାବେଳେ ଏଥିପାଇଁ ନିୟମାନୁସାରେ ହେବାକୁ ଥିବା ଟେଣ୍ଡରକୁ ଫୁଃ କରି ଦିଆଯାଇଛି। ବିଭାଗୀୟ ସମ୍ପାଦନ ଦର୍ଶାଇ ୯୬ ଲକ୍ଷର କାମ ଜଣେ ଅନ୍ୟ ରାଜ୍ୟର ଠିକାଦାରଙ୍କୁ ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଠିକାଦାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିୟମ ଅନୁସାରେ ଟେଣ୍ଡର ଆହ୍ବାନ କରାଯାଇଥିଲେ ସେମାନେ ମଧ୍ୟ ସେଥିରେ ଭାଗ ନେଇ ପାରିଥାନ୍ତେ। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ କାହା ଇଙ୍ଗିତରେ କି ଚାପରେ ବିଭାଗୀୟ ସମ୍ପାଦନ ନାମରେ ରାଜ୍ୟ ବାହାରର ଜଣେ ଠିକାଦାରଙ୍କୁ ସିଧାସଳଖ ୯୬ ଲକ୍ଷ ଟଙ୍କାର କାମ ଦେଇଛନ୍ତି ବୋଲି ସ୍ଥାନୀୟ ଠିକାଦାରମାନେ ପ୍ରଶ୍ନ ଉଠାଇଛନ୍ତି।

The post ସୁନ୍ଦରଗଡ଼ ଆଇଟିଡିଏର ପିଛା ଛାଡ଼ୁନି ବିବାଦ : ବିନା ଟେଣ୍ଡରରେ ବାହାର ଠିକାଦାରଙ୍କୁ ୯୬ ଲକ୍ଷର କାମ! first appeared on Sambad.



from ଜିଲ୍ଲା – Sambad https://ift.tt/34CKSRR