
ରାୟଗଡ଼ା: ପଡୋଶୀଙ୍କ କଟୁ କଥା ଅସହ୍ୟ ହେବା ପରେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି ମହିଳା। ମହିଳାଙ୍କ ମୃତ୍ୟୁ ପରେ ମା’ ଛେଉଣ୍ଡ ହୋଇ ପଡିଛନ୍ତି ୩ ଶିଶୁ। ଏଭଳି ଅଭାବନୀୟ ଘଟଣା ଘଟିଛି ମୁନିଗୁଡ଼ା ଥାନାର ମୁନିଖୋଲ ଗ୍ରାମରେ। ପୁଲିସ୍ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ଆଜି ସାଢ଼େ ୧୨ଟାରେ ଗ୍ରାମର ପ୍ରତାପ ପତିକାଙ୍କ ସ୍ତ୍ରୀ ନୀଳିମା ପତିକା (୩୦) ଘରେ କେହି ନଥିବାର ସୁଯୋଗରେ ବାରିପଟ ଘରେ ବେକରେ ରଶି ଲଗାଇ ଝୁଲି ପଡିଥିଲେ। ନୀଳିମାଙ୍କ ଶାଶୁ କୌଣସି କାମରେ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଯାଇ ଫେରିବା ପରେ ଘର ଭିତରେ ନୀଳିମାଙ୍କୁ ନ ପାଇ ଖୋଜାଖୋଜି କରିଥିଲେ।
ନୀଳିମାଙ୍କ ତିନି ପୁଅ ଘରର ପ୍ରଥମ ପ୍ରକୋଷ୍ଠରେ ଖେଳୁଥିବା ବେଳେ ନୀଳିମା ନଥିବାରୁ ଡାକି ଡାକି ବାରିପଟକୁ ଯାଇଥିଲେ। ବାରିପଟ ଘରକୁ ଯିବା ସମୟରେ ବୋହୂ ନୀଳିମା ଏକ ଷ୍ଟୁଲ୍ ମାଧ୍ୟମରେ ଘର ଛାତ ଉପରେ ରଶି ବେକରେ ଲଗାଇ ଝୁଲୁଥିବା ଦେଖି ଲୋକମାନଙ୍କୁ ଡାକ ପକାଇଥିଲେ ।
ଆଖପାଖ ଲୋକ ଦୌଡି ଆସି ରଶି କାଟି ନୀଳିମାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସଞ୍ଜୀବ କୁମାର ନୀଳିମାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ମୁନିଗୁଡା ଥାନା ଏସ୍ଆଇ ଅଶୋକ କୁମାର ବିଷୋୟୀ, ଏସଆଇ ଚନ୍ଦ୍ରମା ଶବର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛନ୍ତି।
ମୃତ ନୀଳିମାଙ୍କ ୪ ବର୍ଷ, ୫ ବର୍ଷ ବୟସର ଦୁଇଟି ପୁଅ ସହ ୧୧ ମାସର ନବଜାତକ ଶିଶୁଟିଏ ଅଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୌଣସି କାରଣକୁ ନେଇ ପଡୋଶୀ ଲୋକ ବିନା କାରଣରେ ସବୁବେଳେ ନୀଳିମାକୁ କଟୁ କଥା କହୁଥିବାରୁ ଏପରି ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।
from ଜିଲ୍ଲା – Sambad https://ift.tt/34u6T3I
0 Comments