ପୁରୀ : ଦଶହରାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଚାରିପଟେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଚାରିଦ୍ୱାରରେ ଲୋକେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି। ଯାହା କରୋନା ସଂକ୍ରମଣ ଆଶଙ୍କାକୁ ବୃଦ୍ଧି କରିଛି। ଏହା ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନର ପରିବା ପାଣିଆକୁ ମଧ୍ୟ ପଦାରେ ପକାଇଛି।

ସାବିତ୍ରୀରେ ମହାପ୍ରସାଦ ପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଲା। ଯାହା ସଂକ୍ରମଣର ଭୟଙ୍କର ବାତାବରଣ ସୃଷ୍ଟି କଲା। ଖବର ପ୍ରକାଶ ପରେ ପ୍ରଶାସନ କେବଳ ନାମକୁ ମାତ୍ର କଟକଣା ଲଗାଇ ଛାଡ଼ିଦେଲା। ପରିଣାମ ସ୍ୱରୂପ ପୁଣିଥରେ ବାମନ ଜନ୍ମରେ ଶ୍ରୀମନ୍ଦିର ଚାରିପଟେ ଭିଡ଼ ଦେଖିବାକୁ ମିଳିଥିଲା। କେହି କରୋନା କଟକଣାକୁ ମାନିଲେନି। ନା ସାମାଜିକ ଦୂରତା ନା ମାସ୍କ। ଯେଉଁଥିପାଇଁ ମହାପ୍ରସାଦ ପ୍ରସ୍ତୁତିରେ କଟକଣା ଲଗାଗଲା। କାର୍ତ୍ତିକ ମାସ ଉପଲକ୍ଷେ ମାତ୍ର ୧୨ଶହ ଲୋକଙ୍କ ପାଇଁ ମହାପ୍ରସାଦ ରନ୍ଧା ହେଲା। ଏବେ ଯେତେବେଳେ କାର୍ତ୍ତିକ ମାସ ପାଇଁ ମହାପ୍ରସାଦ କଟକଣା କୋହଳ କରିବା କଥା ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି, ସେତେବେଳେ ପୁଣି ଭିଡ଼ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

The post ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଚାରିପଟେ ଅସମ୍ଭାଳ ଭିଡ first appeared on Sambad.



from ଜିଲ୍ଲା – Sambad https://ift.tt/2IZiVLt