
ବାରିପଦା : ଆଜି ସକାଳ ୯ଟା ସମୟରେ ରାଜ୍ୟର ସମସ୍ତ ମଠ ମନ୍ଦିର ଗୁଡିକରେ କାର୍ଯ୍ୟରତ ସେବାୟତ ମାନେ ଘଣ୍ଟା ବଜାଇ ପ୍ରତିବାଦ ଜଣାଇଛନ୍ତି ।
ଅନ୍ୟ ରାଜ୍ୟ ଗୁଡିକରେ ସରକାର ମନ୍ଦିର ସବୁ ଖୋଲି ସାରିଥିବା ବେଳେ ଆମ ସରକାର ମଠ ମନ୍ଦିରସବୁ ବନ୍ଦ ରଖିଛନ୍ତି । ଗାଡ଼ିମଟର ଚଳାଚଳ ଠାରୁ ଆରମ୍ଭ କରି ମଦ ଦୋକାନ ପର୍ଯ୍ୟନ୍ତ ଖୋଲି ଦେଲେ ହେଲେ ଏପର୍ଯ୍ୟନ୍ତ ମନ୍ଦିର ଖୋଲିନାହାନ୍ତି । ଏହାଫଳରେ ମନ୍ଦିରରେ କାର୍ଯ୍ୟରତ ସେବାୟତବୃନ୍ଦ ଏହି ମନ୍ଦିରରୁ ପାଉଥିବା ପ୍ରାପ୍ୟରୁ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କରୋନା କଟକଣା କହୋଳ କରାଯାଇ ବିଭିନ୍ନ କାର୍ଯ୍ୟ କରାଯାଉଥିବା ବେଳେ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ବେ ମନ୍ଦିର ନଖୋଲିବା ନେଇ ତାତିଛନ୍ତି ସେବାୟତ ବୃନ୍ଦ । ଏଣୁ ରାଜ୍ୟ ସଂଘ ପରାମର୍ଶ କ୍ରମେ ଆଜି ରାଜ୍ୟର ବିଭିନ୍ନ ମନ୍ଦିର ସମ୍ମୁଖରେ ସକାଳ ୯ ଘଟିକା ସମୟରେ ୯ମିନିଟ ପର୍ଯ୍ୟନ୍ତ ଘଣ୍ଟା ବଜାଇ ନିଜର ପ୍ରତିବାଦ ଜଣାଇଛନ୍ତି । ଏନେଇ ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀହରିବଳଦେବଜୀଉ ପୀଠ ବାରିପଦାରେ ମଧ୍ୟ ସେବାୟତମାନେ ଘଣ୍ଟ ବଜାଇ ପ୍ରତିବାଦରେ ସାମିଲ ହୋଇଥିଲେ।
ଓଡିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ବର ତ୍ରିପାଠୀଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ମୂଖ୍ୟ ପୁଜାପଣ୍ଡା ଅରୁଣ କୁମାର ମିଶ୍ର ପ୍ରମୁଖଙ୍କ ସମେତ ବହୁ ସେବାୟତ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।
from ଜିଲ୍ଲା – Sambad https://ift.tt/3iHumU9
0 Comments