ରାଉରକେଲା: ରାଉରକେଲାର ସେକ୍ଟର ୧୯ ମୁଣ୍ଡା ମାର୍କେଟରେ ଆଜି ସକାଳ ପ୍ରାୟ ୬ଟାରେ ଜଣେ ବେପାରୀ ଉନ୍ମତ୍ତକାଣ୍ତ ଘଟାଇଥିବାର ଖବର ମିଳିଛି। ଗଛରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେପାରୀଙ୍କୁ ପ୍ରାୟ ଦୁଇ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି l ବେପାରୀ ଜଣକ ହେଲେ ସେକ୍ଟର ୧୯ ରାମଗଡ଼ ବସ୍ତିର ରମେଶ ଚନ୍ଦ୍ର ଗୌଡ଼ (୫୦)l ଆରଏସପି ଲ୍ୟାଣ୍ଡ ଗାର୍ଡ କର୍ମଚାରୀ ମାର୍କେଟରେ ହଇରାଣ ହରକତ କରୁଥିବାରୁ ରମେଶ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି l
ରମେଶ ଆଇସକ୍ରିମ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ l ବେପାର ନ ଚାଲିବାରୁ ଆଇସକ୍ରିମ୍ ବେପାର ଛାଡି ପଇଡ଼ ବେପାର କରିଥିଲେl ମୁଣ୍ଡା ମାର୍କେଟ ରାସ୍ତା ପାର୍ଶ୍ଵରେ ପଇଡ଼ ବିକୁଥିଲେ l କିନ୍ତୁ ଲ୍ୟାଣ୍ଡ ଗାର୍ଡ କର୍ମଚାରୀ ଅଧିକାଂଶ ସମୟରେ ରମେଶକୁ ବସିବାକୁ ଦେଉ ନ ଥିଲେ , ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ରମେଶ l ଆଜି ସକାଳ ପ୍ରାୟ ୬ଟାରେ ମାର୍କେଟ ନିକଟରେ ଥିବା ଚାକୁଣ୍ଡା ଗଛରେ ଚଢି ତଳକୁ ଡେଇଁ ଆତ୍ମହତ୍ୟା କରୁଥିଲେl ମାର୍କେଟର କିଛି ଲୋକ ତାଙ୍କୁ ଦେଖି ରୋକିଥିଲେl ଗଛରୁ ଓହ୍ଲାଇ ଆସିବାକୁ କହିଥିଲେ l ମାତ୍ର ସେ ଓହ୍ଲାଇ ନ ଥିଲେl ଫଳରେ ସେମାନେ ବାଧ୍ୟ ହୋଇ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l

 

The post ଗଛରୁ ଡେଇଁ ବେପାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦୁଇ ଘଣ୍ଟା ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ first appeared on Sambad.



from ଜିଲ୍ଲା – Sambad https://ift.tt/2G7NWvI