ଚୌଦ୍ବାର : କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧିନ ଥିବା ଚୌଦ୍ବାର ଜେଲର ଜଣେ କଏଦୀ ଫେରାର ହୋଇଯାଇଛି। ଫେରାର କଏଦୀ ଜଣକ ହେଉଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବାବନ୍ଧ ବଡ଼ସାହିର କାଳିଆ ଓରଫ ଜିତେନ ସାହୁ (୪୭। କାଳିଆକୁ ସ୍ନାୟୁଗତ ରୋଗର ଚିକିତ୍ସା ପାଇଁ ଗତ ୨୫ ତାରିଖରେ ଜେଲ କର୍ତ୍ତୃପକ୍ଷ କଟକ ଏସ୍‌ସିବି ମେଡିକାଲ ନ୍ୟୁରୋସର୍ଜରି ବିଭାଗରେ ଭର୍ତ୍ତି କରିଥିଲେ। ଗତକାଲି ରାତିରେ ସେ ମେଡିକାଲରୁ ଫେରାର ହୋଇଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ ଜିତେନର ଶନିବାର ଦିନ ସ୍ପାଇନାଲ କଡ ଅସ୍ତ୍ରୋପଚାର ହୋଇଥାନ୍ତା। ଘଟଣା ସମ୍ପର୍କରେ ଜାଣିବା ପରେ ଜେଲ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିବା ସହ ଡ୍ୟୁଟିରେ ଥିବା ୨ଜଣ ଜେଲ ୱାର୍ଡେନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜେଲ ଅଧୀକ୍ଷକ ଶୁଭକାନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ କରୋନା ଜନିତ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟ ଆରମ୍ଭରୁ ଜେଲରୁ ଚିକିତ୍ସା ପାଇଁ କଟକ ବଡ଼ମେଡିକାଲକୁ ଯାଉଥିବା କଏଦୀମାନଙ୍କୁ ଜଗିବାକୁ ପୁଲିସ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଫଳରେ ଜେଲ କର୍ମଚାରୀ ସେମାନଙ୍କୁ ଜଗୁଛନ୍ତି।



from ଜିଲ୍ଲା – Sambad https://ift.tt/2GqK1u1