ବଲାଙ୍ଗୀର : ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗୋଡ଼ ଭାଙ୍ଗିଛି। ଚିକିତ୍ସା ପରେ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।

ଶୁକ୍ରବାର ଦିନ ଟିଟିଲାଗଡ଼ସ୍ଥିତ ନିଜ ବାସଭବaନରେ କୌଣସି କାରଣରୁ ବାଡ଼ିପଟକୁ ଯାଇଥିବା ସମୟରେ ସେ ଖସିପଡ଼ିଥିଲେ। ଫଳରେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ ପରେ ଏକ୍ସରେ’ କରାଯିବାରୁ ଗୋଡ଼ରେ ଫ୍ରେକ୍‌ଚର ଥିବା ଜଣାପଡ଼ିଥିଲା। ତେଣୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର ଗୋଡ଼ ପ୍ଲାଷ୍ଟର କରି ଚିକିତ୍ସା କରିଛନ୍ତି। ତାଙ୍କୁ ଗୋଟିଏ ମାସ ପାଇଁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅସୁସ୍ଥତା ସମୟରେ ସମସ୍ତେ କ‌େରାନା ନିୟମ ମାନିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଶୀତଦିନର ସତର୍କତାକୁ ଗୁରୁତ୍ବ ଦେବା ପାଇଁ ନିର୍ବାଚନମଣ୍ଡଳୀବାସୀଙ୍କୁ ସେ ଅନୁରୋଧ କରିଛନ୍ତି।

The post ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗୋଡ଼ ଭାଙ୍ଗିଲା first appeared on Sambad.



from ଜିଲ୍ଲା – Sambad https://ift.tt/3dS8m8y