କଟକ: କଟକ ନାବାଳିକା ଦୁଷ୍କର୍ମ ଘଟଣାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ୨  ଅଭିଯୁକ୍ତଙ୍କ ନାମରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମ ସନ୍ତୋଷ ବେହେରା ଓ ରାକେଶ ରାଉତ।

ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ୨ ଅଭିଯୁକ୍ତଙ୍କୁ କଟକ ପୁଲିସ୍‌ ଗିରଫ କରିଥିଲା। ଦୁଷ୍କର୍ମ ପୀଡ଼ିତାଙ୍କୁ ଉଦ୍ଧାର କରି ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି। ପୀଡ଼ିତାଙ୍କର ୧୬୧ ଓ ୧୬୪ରେ ବୟାନ ରେକର୍ଡ ହୋଇଛି।  ତାଙ୍କର ଡାକ୍ତରୀ ମାଇନା ଶେଷ ହୋଇଥିବା ଡିସିପି କହିଛନ୍ତି।

ସୂଚନାଯୋଗ୍ୟ, , ପାଟଣା ଗ୍ରାମର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓରଫ ଟିକି ଏବଂ ରାକା ଦିନରେ ରଙ୍ଗ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରାୟ ଚାରି ମାସ ପୂର୍ବରୁ ରାସ୍ତାକଡ଼ରେ ଏକ ଚିକେନ୍ କାଉଣ୍ଟର କରିଥିଲେ। କିନ୍ତୁ ଏହି ଚିକେନ୍ କାଉଣ୍ଟରଟି ସନ୍ଧ୍ୟା ପର ଠାରୁ ବନ୍ଦ ହୋଇ ଯାଉଥିଲା। ରାସ୍ତା ପଟକୁ ଚିକେନ କାଉଣ୍ଟର ଥିବାବେଳେ ଏହାର ପଛପଟେ ତାଳଦଣ୍ଡା କେନାଲକୁ ଲାଗି ଗୋଟିଏ ଛୋଟ ଅସ୍ଥାୟୀ ଘର କରାଯାଇଥିଲା। ସନ୍ତୋଷ ଏବଂ ରାକା ବିଭିନ୍ନ ସମୟରେ ଦେହଜୀବୀମାନଙ୍କୁ ଏଠାକୁ ଆଣୁଥିଲେ। ନିର୍ଦ୍ଦିଷ୍ଟ ଗରାଖ ସେଠାକୁ ଆସୁଥିବାବେଳେ ସ୍ଥାନୀୟ କିଛି ଯୁବକଙ୍କୁ ହାତରେ ରଖି ସେମାନେ ରୀତିମତ ବ୍ୟବସାୟ ଚଳାଇ ଆସୁଥିଲେ।

Minor girl raped in Cuttack, two arrested

ରାକା ଓ ସନ୍ତୋଷଙ୍କ ଗରାଖ ତାଲିକାରେ ଟ୍ରକ୍‌ ଓ ଗାଡ଼ି ଡ୍ରାଇଭର ଏମିତିକି କଲେଜ ପଢୁଥିବା ଛାତ୍ର ବି ଥିବା ପୁଲିସକୁ ସୂଚନା ମିଳିଛି। ବିଳମ୍ବିତ ରାତିରେ ସେହି ଘରେ ଏଭଳି କାରବାର ଚାଲୁଥିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣି ପାରୁ ନଥିଲେ। ଚାଉଳିଆଗଞ୍ଜ ପୁଲିସ ପ୍ରଥମେ ରାକାକୁ ଧରିଥିବା ‌ବେଳେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟତମ ଅଭିଯୁକ୍ତ ସନ୍ତୋଷକୁ ମଧ୍ୟ ଗିରଫ କରିବାକୁ ସକ୍ଷମ ହୋଇଥିଲା।

 

The post କଟକ ନାବାଳିକା ଦୁଷ୍କର୍ମ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ first appeared on Sambad.



from ଜିଲ୍ଲା – Sambad https://ift.tt/2H3N6k1