ସମ୍ବଲପୁର : ଭିମ୍‌ସାରରେ ପୁଣିଥରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ କେନ୍ଦ୍ରକରି ମହିଳା ମେଡିସିନ୍‌ ୱାର୍ଡରେ ପ୍ରାୟ ୨ ଘଣ୍ଟା ଧରି ଚାପା ଉତ୍ତେଜନା ଲାଗି ରହିଥିଲା।। ପୁଲିସ୍‌ ମୃତକଙ୍କ ପରିବାରକୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ବାରମ୍ବାର ଭିମ୍‌ସାର ପରିସରରେ ଚିକିତ୍ସା ଅବହେଳା ଘଟଣା ଘଟୁଥିବା ସତ୍ତ୍ବେ କର୍ତ୍ତୃପକ୍ଷ ଦୃଷ୍ଟିଦେଉନଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

ସମ୍ବଲପୁର ସହରର ଜଣେ ବୃଦ୍ଧା(୭୦)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭିମ୍‌ସାର ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଶଯ୍ୟା ନଥିବାରୁ ଉକ୍ତ ରୋଗୀଙ୍କୁ ତଳେ ଶୋଇବାକୁ ପଡ଼ିଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଥିଲା। ତେବେ ଗୁରୁବାର ଦିନ ପ୍ରାୟ ୨ଟାରେ ବୃଦ୍ଧାଙ୍କୁ ଲାଗିଥିବା ଅକ୍ସିଜେନ୍‌ ଓ ସାଲାଇନ୍‌ ଶେଷ ହୋଇଯାଇଥିଲା। ପରିବାର ଲୋକେ ଅକ୍ସିଜେନ୍‌ ଓ ସାଲାଇନ୍‌ ବଦଳାଇବା ପାଇଁ ନର୍ସଙ୍କୁ ଡାକିଥିଲେ। ମାତ୍ର କେହି ଶୁଣିନଥିଲେ। ‘ଆମେ ତୁମ ଚାକର ନୁହେଁ ଯେ ଯେତେବେଳେ ଡାକିବ ସେତେବେଳେ ଚାଲି ଆସିବୁ ବୋଲି ନର୍ସ ଉତ୍ତର ଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ଅକ୍ସିଜେନ୍‌ ନମିଳିବାରୁ ରୋଗୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

The post ଭିମ୍‌ସାର: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ; ଅକ୍ସିଜେନ୍‌, ସାଲାଇନ୍‌ ସରିଗଲା, ଯାଞ୍ଚ କଲେନି first appeared on Sambad.



from ଜିଲ୍ଲା – Sambad https://ift.tt/35sNS2n