ବଲାଙ୍ଗୀର: ତିନି ଦିନ ପରେ ଦୁଇ ଭଉଣୀର ମୃତ ଦେହ ଉଦ୍ଧାର ହୋଇଥିଲା। ପ୍ରଥମେ ସାନ ଭଉଣୀ ଆଞ୍ଚଲଙ୍କର ମୃତ ଦେହ ଉଦ୍ଧାର ହେଲା । ଦୁଇ ଘଣ୍ଟା ପରେ ବଡ ଭଉଣୀ ଅନମୋଲଙ୍କର ମୃତ ଦେହ ଉଦ୍ଧାର ହେବା ପରେ ଦୁଇ ଜଣଙ୍କ ମୃତ ଦେହ ଏକାସଙ୍ଗରେ ଗୁଢଭେଲାକୁ ଅଣାଯାଇଥିଲା।
ଗାଁରେ ଶୋକାକୁଳ ପରିବେଶ । ୧୫ ତାରିଖ ଦିନ ୧୨ଟା ଆଗରୁ ସବୁ ଠିକଠାକ୍ ଥିଲା। ଉଚ୍ଚ ଶିକ୍ଷିତା ଦୁଇ ଭଉଣୀଙ୍କର କିଛି ହୋଇଥିବା କେହି ଜାଣିନଥିଲେ । କିନ୍ତୁ କ’ଣ ହେଲା କେଜାଣି ଦୁଇ ଭଉଣୀ ସ୍କୁଟିରେ ତୁଷୁରା ଯାଉଛୁ କହି ରାସ୍ତା ମଝିରେ ତେଲ ନଦୀ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ ।

ବାପା ମା’ଙ୍କ ତିନି ଝିଅଙ୍କ ଭିତରୁ ଅନମୋଲ ବଡ଼ ଓ ଆଞ୍ଚଳ ମଝିଆଁ । ଅନମୋଲ ବିବିଏ କରିଥିଲେ ଓ ଆଞ୍ଚଲ ବିକମ୍ । ଦୁଇ ଜଣ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ କିଛି ହାସଲ କରିବା ଆଗରୁ ଜୀବନ ହାରିବାକୁ ବଡ଼ ନିଷ୍ପତ୍ତି ନେଲେ । କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ କେହି ଜାଣି ପାରୁ ନାହାନ୍ତି ।
ଦୁଇ ବଡ଼ ଭଉଣୀଙ୍କୁ ଗୁମୁରିଗୁମୁରି ଖୋଜୁଛି ସାନ ଭଉଣୀ । ତିନି ଝିଅଙ୍କ ପାଇଁ ଚଳଚଞ୍ଚଳ ହେଉଥିଲା ରାମତରଙ୍କ ଘର । ଖୁସିରେ ଥିଲେ ତିନି ଭଉଣୀ । ପାଠ ବି ପଢୁଥିଲେ । ଭଲ କ୍ୟାରିୟର ପାଇଁ ପ୍ରସ୍ତୁତ ବି ହେଉଥିଲେ । କିନ୍ତୁ କେହି କିଛି ଜାଣିବା ଆଗରୁ ହଠାତ୍ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏବେ ଏକା ପଡ଼ିଯାଇଛି ସାନ ଭଉଣୀ । ସବୁଠୁ ହୃଦୟ ବିଦାରକ ଥିଲା ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ଶବ ଜଳିବା ଦୃଶ୍ୟ। ହେଲେ ଏତେ ଦିନ ପରେ ବି ଦୁଇ ଭଉଣୀଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

ଶନିବାର ରାତି ପ୍ରାୟ ସାଢ଼େ ନଅଟାରେ ଶବ ଆସି ପହଞ୍ଚିଥିଲା। ପୂର୍ବରୁ ଗ୍ରାମବାସୀ ଓ ଆତ୍ମୀୟ ସ୍ଵଜନ ଅପେକ୍ଷାରେ ଥିଲେ। ଶବ ଆସିବା ପରେ ଶବ ବାହକ ଗାଡ଼ିର କେବଳ ଗେଟ ଖୋଲା ହେଇଥିଲା। ପଲିଥିନ ଗୁଡ଼ା ଶବ ଦେଖିବା ମାତ୍ରେ କାନ୍ଦ ବୋବାଳି ଆରମ୍ଭ ହୋଇଥିଲା। ଗାଁ ଶ୍ମଶାନରେ ଦୁଇଟି ଅଲଗା ଅଲଗା ଜୁଇରେ ଦୁଇ ଭଉଣୀ ପଞ୍ଚଭୂତରେ ଲୀନ ହୋଇଥିଲେ। ଅନେକ ଗ୍ରାମବାସୀଙ୍କ ସହ ଆତ୍ମୀୟ ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ଦୁଇ ଭଉଣୀଙ୍କ ସମ୍ପର୍କୀୟ ଭାଇ ବିକାଶ ଓ ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ।

The post ଗୋଟିଏ ଜୁଇରେ ଜଳିଲେ ଦୁଇ ଭଉଣୀ, ଏକା ପଡ଼ିଗଲା ସାନ ଭଉଣୀ first appeared on Sambad.



from ଜିଲ୍ଲା – Sambad https://ift.tt/3lYk1Wg