ଚୌଦ୍ବାର: ଚୌଦ୍ବାର ଥାନା ଅନ୍ତର୍ଗତ ମଂଗରାଜପୁର ପଂଚାୟତର ଡମଡମଣି ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ୨ଟି ଚିତାବାଘ ରାସ୍ତା ଉପରେ ଲଢେ଼ଇ କରୁଥିବା ଘଟଣାକୁ ନେଇ ହେଉଥିବା ଚର୍ଚ୍ଚା ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ଙ୍ଗରାଜପୁର ବନବିଭାଗ ଅଧୀନରେ ଥିବା ଏହି ରାସ୍ତାରେ ଦୁଇଟି ଚିତାବାଘକୁ ଦେଖି ଏ ଅଂଚଳର କିଛି ବ୍ୟକ୍ତି ସୂଚନା ଦେଇଥିଲେ।

ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରେ ଚିତାବାଘ ରହିବା ଘଟଣାକୁ କିନ୍ତୁ ବନବିଭାଗ ଖଣ୍ତନ କରିଛି। ଏହା ବାଘ ନୁହନ୍ତି, ଦୁଇଟି ‘ଅଣ୍ତିରା କଟାସ’ ସାହାଜି ଫାର୍ମହାଉସ୍‌ ରାସ୍ତା ସମ୍ମୁଖରେ ସାମ୍ନାସାମ୍ନି ହୋଇଥିଲେ ବୋଲି ମଂଗରାଜପୁର ବନପାଳ ମାଣିକ ମୁଣ୍ତା ପ୍ରକାଶ କରିଛନ୍ତି। ଏହି ଜଙ୍ଗଲରେ କୌଣସି ବାଘ ନାହାନ୍ତି ବୋଲି ବନ ବିଭାଗ ସ୍ପଷ୍ଟ କରିଛି। କିନ୍ତୁ ବନବିଭାଗ ପକ୍ଷରୁ ଟ୍ରାପ୍ କ୍ୟାମେରା ଲଗାଯାଇ ସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି।

The post ଡମଡମଣି ରାସ୍ତାରେ ଚିତା ବାଘ! first appeared on Sambad.



from ଜିଲ୍ଲା – Sambad https://ift.tt/2JbopTz