
କଟକ : ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା। ତାଙ୍କର ସ୍ବାମୀ କି ତାଙ୍କ ପରିବାର ଲୋକଙ୍କୁ ଅଯଥା ବଦନାମ କରିବାରୁ ନିବୃତ ରୁହନ୍ତୁ ଏବଂ ମିଛ ଖବର ପ୍ରକାଶନ ବନ୍ଦ କରନ୍ତୁ ବୋଲି ଭୂମିକା ବୟାନ ରଖିଛନ୍ତି। ଭୂମିକାଙ୍କ ବୟାନ ଅନୁଯାୟୀ, ‘ ଉପାସ କରିଥିଲି। ବହୁତ ଉଇକ୍ ଲାଗୁଥିଲା। ମୁଣ୍ତ ବୁଲାଉଥିଲା। ପୂଜା ସାମାନ୍ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ତ ବୁଲାଇ ଦେଲା। ଯେହେତୁ ମୁଁ ହାଇହିଲ୍ ପିନ୍ଧିଥିଲି, ତେଣୁ ଗୋଡ଼ ଖସିଗଲା। ତେଣୁ ମୁଁ ପଡ଼ିଗଲି। ଏହାକୁ ନେଇ ଫେକ୍ ରିଉମର୍ ସ୍ପ୍ରେଡ କରି ମୋ ଫ୍ୟାମିଲି କି ମୋ ସ୍ବାମୀଙ୍କ ବିଷୟରେ କହିବା ଠିକ୍ ନୁହେଁ। ଯାହା ମୋ ସହିତ ହେଲା ତାହାକୁ ଏହା ଦ୍ବାରା ଆହୁରି ଖରାପ କରୁଛନ୍ତି। ଦୟାକରି ଏମିତି ଫେକ୍ ନିଉଜଗୁଡ଼ିକ ସ୍ପ୍ରେଡ୍ କରନ୍ତୁ ନାହିଁ।’ ଏଭଳି ଢଙ୍ଗରେ ଅନୁରୋଧ କରିଛନ୍ତି ଭୂମିକା।
ସୂଚନାଯୋଗ୍ୟ ଯେ ଗଲା କାଲି ଅର୍ଥାତ ରବିବାର ଦିନ ପ୍ରାୟ ୨ଟା ବେଳେ ଭୂମିକା ମହାନଦୀର ମଧୁସୂଦନ ସେତୁ ଉପରୁ ନଦୀକୁ ଖସି ପଡ଼ିଥିଲେ। ଫେଜ୍-୨ ଥାନା ପୁଲିସ ଭୂମିକାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ତାଙ୍କୁ ତାଙ୍କ ସ୍ବାମୀ ଅମ୍ଳାନଙ୍କ ଜିମା ଦିଆଯାଇଥିଲା। ପୁଲିସ ଏହାକୁ ନେଇ ଏକ ଷ୍ଟେସନ ଡାଏରୀ କରିଥିବା ଫେଜ-୨ ଥାନା ଆଇଆଇସି ବିଜୟନୀ ସି˚ହ ସୂଚନା ଦେଇଥିଲେ। ଅନ୍ୟପଟେ ଗତକାଲି ବି ଅମ୍ଲାନ ଏହାକୁ କେବଳ ଏକ ଦୁର୍ଘଟଣା ବୋଲି କହିଥିଲେ। ନଈରେ ପୂଜା ସାମଗ୍ରୀ ପକାଇବା ଗଲା ବେଳେ ଗୋଡ ଖସି ଯିବାରୁ ଭୂମିକା ନଈକୁ ଖସି ପଡିଥିଲେ ବୋଲି ଅମ୍ଲାନ କହିଥିଲେ।
The post ମୁଣ୍ଡ ବୁଲାଇବାରୁ ଖସି ପଡ଼ିଥିଲି, ମିଛ କଥା ପ୍ରଚାର କରନ୍ତୁ ନାହିଁ first appeared on Sambad.
from ଜିଲ୍ଲା – Sambad https://ift.tt/3pE53HE
0 Comments