ଦେଉଳା: ଭଲ ପାଇ ବିବାହ କରିଥିଲେ। ହେଲେ ବିବାହକୁ ୪ ମାସ ପୁରିନଥିବା ବେଳେ ଜୀବନ ହାରିଛନ୍ତି ନବବଧୂ। ମୃତକ ହେଉଛନ୍ତି ଭୋଗରାଇ ବ୍ଲକ ଜଳସୋହରିଆ ଗ୍ରାମର ପୂର୍ଣଚନ୍ଦ୍ର ଧଡ଼ାଙ୍କ ଝିଅ ରଶ୍ମିତା ଦାସ। ପୁଲିସ ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ ବାରବାଟିଆ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଲକ୍ଷ୍ମୀକାନ୍ତ ଦାସଙ୍କ ପୁଅ ଚନ୍ଦନ ଦାସ ଜଳସୋହରିଆ ଗ୍ରାମର ପୂର୍ଣଚନ୍ଦ୍ର ଧଡ଼ାଙ୍କ ଝିଅ ରଶ୍ମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଏହି ବିବାହରେ ରାଜିନଥିଲେ ରଶ୍ମିତାଙ୍କ ପରିବାର।

ବାରଣ ସତ୍ତ୍ବେ ରଶ୍ମିତା ତାଙ୍କ ପ୍ରେମିକଙ୍କ ହାତ ଧରିଥିଲେ ଏବଂ ଉଭୟ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। ତେବେ ହସଖୁସିରେ ଦାମ୍ପତ୍ୟ ଜୀବନ ଚାଲିଥିବା ବେଳେ ମଙ୍ଗଳବାର ରାତିରେ ବେକରେ ଶାଢୀ ଲଗାଇ ରଶ୍ମିତା ଅପ୍ରତ୍ୟାଶିତ ଭାବେ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ତାଙ୍କ ଝିଅକୁ ଯୌତୁକ ପାଇଁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଛି ବୋଲି ରଶ୍ମିତାଙ୍କ ବାପା ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି। ଭୋଗରାଇ ପୁଲିସ ଓ ଚନ୍ଦନେଶ୍ଵର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣା ପରେ ସ୍ବାମୀ ଚନ୍ଦନ ଦାସ ଫେରାର ହୋଇ ଯାଇଥିବା ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ ସୂଚନା ଦେଇଛନ୍ତି। ଏ ନେଇ ଭୋଗରାଇ ଥାନା କେସ୍ ନଂ ୨୪୪/୨୦ରେ ଏକ ମାମଲା ରୁଜୁ ହୋଇଛି

The post ପ୍ରେମବିବାହର ୪ ମାସ ପରେ ନବବଧୂଙ୍କ ଆତ୍ମହତ୍ୟା first appeared on Sambad.



from ଜିଲ୍ଲା – Sambad https://ift.tt/2GT2DmJ