
ପୁରୀ : ହାଜତ ମୃତ୍ୟୁ ଘଟଣାରେ ମୃତ କେ. ରମେଶଙ୍କ ବାପା-ମା’ ଏବେ ବି ନିଖୋଜ ଅଛନ୍ତି। ଏ ଭିତରେ ରମେଶଙ୍କ ମୃତ୍ୟୁକୁ ୫ ଦିନ ବିତିଗଲାଣି, ତଥାପି ବାପା-ମା’ଙ୍କ କୌଣସି ସନ୍ଧାନ ମିଳିନି। ରମେଶଙ୍କ ଅନ୍ୟ ସମ୍ପର୍କୀୟମାନେ ବି ଏ ନେଇ କିଛି କହି ପାରୁନାହାନ୍ତି। ଏଭଳି ଏକ ମୁହୂର୍ତ୍ତରେ ରମେଶଙ୍କ ବାପା-ମା’ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଭିଡିଓରେ ରମେଶଙ୍କ ମା’ କହିଛନ୍ତି କି ମୁଁ ବର୍ତ୍ତମାନ ଜଣେ ବନ୍ଧୁଙ୍କ ଘରେ ରହିଛି। ମୁଁ ଏଠାରେ ଭଲରେ ଅଛି। ଆଗକୁ ରମେଶର ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ହେବ। ଏହି ଦୃଷ୍ଟିରୁ ମୋତେ ଆଉ ହଇରାଣ କରନ୍ତୁନି। ଏଥିପାଇଁ ସେ ରାଜନେତା ଓ ଗଣମାଧ୍ୟମକୁ ଆକ୍ଷେପ କରିଛନ୍ତି। କହିଛନ୍ତି, ଗଣମାଧ୍ୟମ, ରାଜନେତାମାନେ ତାଙ୍କୁ ବହୁତ ହଇରାଣ କରି ସାରିଲେଣି। ଆଉ ମୋତେ ହଇରାଣ କରନ୍ତୁନି। ମୋତେ ଦଶାହ ଆଦି କାର୍ଯ୍ୟ ଶାନ୍ତିର ସହ କରିବାକୁ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ପୁଲିସ ଚାପ ପ୍ରୟୋଗ କରି ବାପା-ମା’ଙ୍କ ମୁହଁରେ ଏଭଳି କୁହାଇ ଭିଡିଓ ଭାଇରାଲ୍ କରିଛି ବୋଲି ଚର୍ଚ୍ଚା ହେଉଛି। ଏପରିକି ନିଜେ ପୁଲିସ କୌଣସି ଅଜ୍ଞାତ ସ୍ଥାନରେ ବାପା-ମା’ଙ୍କୁ ରଖି ଏଭଳି କହିବାକୁ ବାଧ୍ୟ କରୁଥିବା କୁହାଯାଉଛି। ତୁରନ୍ତ ବାପା-ମା’ଙ୍କୁ ସର୍ବସମ୍ମୁଖକୁ ଅଣାଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠିଛି।
The post ରମେଶଙ୍କ ବାପା-ମା’ ଏବେ ବି ନିଖୋଜ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା first appeared on Sambad.
from ଜିଲ୍ଲା – Sambad https://ift.tt/2IVvis1
0 Comments