କଟକ : ବିଶିଷ୍ଟ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଜିମୁତବାହନ ପଟ୍ଟନାୟକଙ୍କ ପରଲୋକ ଘଟିଛି। କଟକ ସିଡିଏର ବାସିନ୍ଦା ସ୍ବର୍ଗତ ପଟ୍ଟନାୟକ କରୋନାରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ପଟ୍ଟନାୟକ ଓଡ଼ିଶା ପୁଲିସ୍‌ ହାଉସି˚ ବୋର୍ଡରେ ଚାକିରି କରି ଅବସର ନେଇଥିଲେ। ଆରମ୍ଭରୁ ସେ ଜଣେ ନାଟ୍ୟ କଳାକାର ଭାବେ ପରିଚୟ ପାଇଥିଲେ। ପରେ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ।

ଧାରାବାହିକ ଓ ସିନେମା ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କ ସହିତ ତାଙ୍କର ଘନିଷ୍ଠତା ଥିବାରୁ କିଛି ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ଦୂରଦର୍ଶନରେ ଲୋକପ୍ରିୟତା ହାସଲ କରିଥିବା ଧାରାବାହିକ ‘କହୁଥିଲେ ସରିବନିରେ ସେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ନିକଟରେ ଜି ସାର୍ଥକ ଚ୍ୟାନେଲର ଧାରାବାହିକ ‘ମହାବୀରର ସୁଟି˚ ଚାଲିଥିଲାବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ମେଡିକାଲ୍‌ରେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି।

The post ବିଶିଷ୍ଟ ଅଭିନେତା ଜିମୁତ ପଟ୍ଟନାୟକଙ୍କ ପରଲୋକ first appeared on Sambad.



from ଜିଲ୍ଲା – Sambad https://ift.tt/3kOLhWd