
ରାୟଗଡ଼ା: ଗତରାତିରେ ପଦ୍ମପୁର ଥାନା ମାରିଗୁଡ଼ା ନିକଟରେ ଏକ ବାଇକ୍ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।
ମୃତବ୍ୟକ୍ତି ହେଉଛନ୍ତି ବାଗଶଳା ଗ୍ରାମର ଟି. ଜଗଦୀଶ। ରାତିରେ ସେ ବାଇକ୍ ଚଳାଇ ତାଙ୍କ ବାଗଶଳା ବାସଭବନକୁ ଯିବା ସମୟରେ ମାରିଗୁଡ଼ା ନିକଟରେ ଏକ ଆମ୍ବଗଛ ମୂଳେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଘଟଣାସ୍ଥଳ ରାସ୍ତାରେ ସେ ମୃତାବସ୍ଥାରେ ଏବଂ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇ ପଡ଼ିଥିବା କଥା ଆଜି ସକାଳେ ଲୋକେ ଦେଖିଥିଲେ। ୧୦୮ ଆମ୍ବୁଲାନ୍ସ୍ ଯୋଗେ ସେମାନଙ୍କୁ ପଦ୍ମପୁର ହସ୍ପିଟାଲ୍କୁ ଅଣାଯାଇଛି।
କିନ୍ତୁ, ଏହା ଦୁର୍ଘଟଣା ନା, ଅନ୍ୟ କିଛି ଘଟଣା ସେ ସଂକ୍ରାନ୍ତରେ ନିଶ୍ଚିତ ହେବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।
The post ରାୟଗଡ଼ା: ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଆହତ first appeared on Sambad.
from ଜିଲ୍ଲା – Sambad https://ift.tt/3m3WTpr
0 Comments